ଅନଲକ୍ ହେବ ୨୮ ଜିଲ୍ଲା! ଖୋର୍ଦ୍ଧା କଟକ ସହ ୫ ଜିଲ୍ଲାକୁ ଦିଆଯିବ ସ୍ୱତନ୍ତ୍ର ଫୋକସ୍, ଜାଣନ୍ତୁ ଜୁଲାଇ ୧୬ ପରେ କଣ ହେବ ନୂଆ ନିୟମ

 
Odisha lockdown

ଆସନ୍ତା କାଲି ରାଜ୍ୟରେ ସରୁଛି ଲାକଡ଼ାଉନ ଅବଧି ଏପରି ପରିସ୍ଥିତିରେ ଅନ୍‌ଲକ୍‌ ହେବ ନା କଟକଣା ବଳବତ୍ତର ରହିବ? ଯଦି ଅନଲକ୍ ହୁଏ ତଥାପି କେତେ ମାତ୍ରାରେ କଟକଣା ଜାରି ରହିବ ସେଥିନେଇ ଲୋକଙ୍କ ମତରେ ଆଶଙ୍କା ସୃଷ୍ଟି ହୋଇଛି। ତେବେ, ମିଳିଥିବା ସୂଚନା ଏବଂ ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତିଙ୍କ କଥାରୁ ସରକାର ଅନ୍‌ଲକ୍‌ ମୁହାଁ ହେଉଥିବା ଅନୁମାନ କରାଯାଉଛି।

ଡାକ୍ତର ମହାନ୍ତିଙ୍କ କହିବା ଅନୁଯାଇ ରାଜ୍ୟରେ ସଂକ୍ରମଣ ହାର କମୁଥୁବାରୁ ବର୍ତ୍ତମାନ ସରକାର ଅନଲକ ମୁହାଁ ହେବାକୁ ଚିନ୍ତା କରୁଛନ୍ତି। ତେବେ ସଂକ୍ରମଣ ଏବଂ ପଜିଟିଭିଟି ହାରକୁ ସମୀକ୍ଷା କରାଯିବା ସହ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସ୍ୱତନ୍ତ୍ର ଭାବରେ ଫୋକସ୍ ରେ ରଖାଯାଇଛି। ଏଥିସହିତ, ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଡ଼ା ନଜ଼ର ରଖିବା ସହ ନିଜକୁ ନିଜେ ସଚେତନ ହୋଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସାରା ଦେଶରେ ସେପ୍ଟେମ୍ବର ୧୨ ତାରିଖରୁ ନିଟ୍‌ ପରୀକ୍ଷା ହେବ। ଏହି ସବୁ ପରୀକ୍ଷାକୁ ବନ୍ଦ କରାଯାଇ ପାରିବନି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନିଟ୍‌ ପରୀକ୍ଷା ନିଷ୍ପତ୍ତି କରିଛନ୍ତି ବୋଲି ଡିଏମ୍‌ଇଟି କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଦିନକୁ ଦିନ ବଢୁଥିବା ମୃତ୍ୟୁ ହାର ଚିନ୍ତାର ବିଷୟ ପାଲଟିଛି। ଗତ ୧୩ ଦିନ ଭିତରେ ୭୧୧ ଜଣଙ୍କର କରୋନାରେ ଜୀବନ ଯାଇଛି। ମଙ୍ଗଳବାର ରାଜ୍ୟରେ ୬୨୪୧୦ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୯୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୪୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୨୦ ହଜାର ୮୫୧ ଜଣ ଏବେ ମଧ୍ୟ ସକ୍ରିୟ ରହିଛନ୍ତି। 

ଅନୁଗୁଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡରେ ପଜିଟିଭିଟି ରେଟ୍ ଉପରମୁହାଁ ହୋଇଥିବା ବେଳେ ପୁରୀରେ ଏହା ୧୦ ପ୍ରତିଶତରେ ପହଞ୍ଚି ଯାଇଛି। ସେହିପରି ଖୋର୍ଦ୍ଧାରେ ପୁଣିଥରେ ପଜିଟିଭଙ୍କ ସଂଖ୍ୟା ୪୦୦ ଟପିଛି।

ଭୁବନେଶ୍ୱର, ରାଉରକେଲା, କଟକ, ପୁରୀ ଓ ବ୍ରହ୍ମପୁର ସହରରେ ପୁଣି ଥରେ ସଂକ୍ରମଣ ହାର ବଢିବାର ଆଶଙ୍କା ଥିବାରୁ ଏହି ସହର ଗୁଡିକରେ କିଛିଟା କଟକଣା ବଳବତ୍ତର ରଖିବା ସହ ଟୀକାକରଣ ଏବଂ ଟେଷ୍ଟଟିଂ କୁ ପ୍ରାଧାନ୍ୟ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।