ସେଦିନ ଏହି ୫ ଜଣ ନିଷ୍ଠୁର ସାଜି ଯାହା କରିଥିଲେ, ଆଜି ସେହି କାରଣ ପାଇଁ କୋର୍ଟ ଦେଲେ ମୃତ୍ୟୁ ଦଣ୍ଡ, ଜାଣନ୍ତୁ ପୁରା ଖବର

 
Ramchandra behera case
ଗତ ନିର୍ବାଚନରେ କରିଥିଲେ ହତ୍ୟା , ଏହି ନିର୍ବାଚନରେ ମିଳିବ ମୃତ୍ୟୁ ଦଣ୍ଡ ! ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା କାଣ୍ଡର ଅପରାଧୀଙ୍କୁ ମିଳିବାକୁ ଯାଉଛି ମୃତ୍ୟୁ ଦଣ୍ଡ । ଯାହା ନେଇ ରାମଚନ୍ଦ୍ର ବେହେରାଙ୍କ ପରିବାର ଲୋକେ କହିଛନ୍ତି ଡେରି ହେଉ ପଛେ ଆମକୁ ନ୍ୟାୟ ମିଳିଛି । 

 5 abhijukta

୫ ଅପରାଧୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ ! ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଥିଲେ ରାମଚନ୍ଦ୍ର ବେହେରା । ୨୦୧୪ ସାଧାରଣ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ ରାମଚନ୍ଦ୍ର । ୨୦୧୯ ନିର୍ବାଚନ ବେଳକୁ ବିଜେଡିରେ ସାମିଲ୍ ହୋଇଥାନ୍ତେ ରାମ । ରାମଙ୍କର ବିଜେଡ଼ି ଦଳରେ ମିଶିବା ପସନ୍ଦ ନ ଥିଲା ତାଙ୍କ ବିରୋଧୀ ଲୋକଙ୍କର ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

୨୦୧୯ ମାର୍ଚ୍ଚ ୨୫ ତାରିଖରେ ରାମଚନ୍ଦ୍ରଙ୍କୁ କିଛି ଲୋକେ ଘରୁ ଡାକି ନେଇଥିଲେ । ଏବଂ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିଲେ । ତାଙ୍କ କଟା ହାତକୁ ଗାଆଁରେ ବୁଲାଇବା ସହିତ ତାଙ୍କ ମର ଶରୀରକୁ ମାଂସ କରି ଖାଇଥିଲେ । ସାରା ରାଜ୍ୟରେ ଚହଳ ପଡିଥିଲା ଏହି ଖବରକୁ ନେଇ । ଏ ନେଇ ପାଖା ପାଖି ୧୧ ଜଣଙ୍କ ନାମରେ କେସ ଚାଲିଥିଲା ।

Abhijukta

୧୧ ଜଣଙ୍କ ମଧ୍ୟରୁ ପ୍ରାୟ ୬ ଜଣଙ୍କ ନାମରେ ଚାର୍ଜ ସିଟ୍ ଦାଖଲ ହୋଇଥିଲା । ସେହି ୬ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ କୋର୍ଟ ସେହି ବାଳକ ଟିକୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛି ।