‘ମୋ ସହ ସମ୍ପର୍କ ରଖିଲା ହେଲେ ବାହା ହେବାକୁ ମନା କରୁଛି’ ପ୍ରେମିଯୁଗଳଙ୍କ ହାଇଡ୍ରାମା, ଦେଖନ୍ତୁ ଭିଡ଼ିଓ

 
Lovers high drama

ଲକଡାଉନରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଡ଼ରୁଥିବା ବେଳେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଛି ପ୍ରେମୀଯୁଗଳଙ୍କ ହାଇଡ୍ରାମା। ପ୍ରେମ ସମ୍ପର୍କ ଏବଂ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିବା କଳହର ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଆଇଜି ପାର୍କ ନିକଟରେ।

ପୁରା ଘଟଣା ମୁତାବକ ଗତ ଅକ୍ଟୋବର ମାସଠାରୁ ରାଉରକେଲାର ରଂଜିତ ନାୟକ ଏବଂ ଭୁବନେଶ୍ୱର ସମ ହସ୍ପିଟାଲ ନିକଟବର୍ତ୍ତୀ  ଅଞ୍ଚଳର ଝୁମୁକା ମହାପାତ୍ର(ଛଦ୍ମନାମ)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ପ୍ରେମିକ। 

ଉଭୟେ ଦୀର୍ଘଦିନ ହେବ ଲିଭଇନ୍ ରେ ରହୁଥିବା ବେଳେ ବାହା ହେବାକୁ ଜିଦ୍ ଧରିଥିଲେ ଝୁମୁକା। କିନ୍ତୁ ବାରମ୍ବାର ବାହା ହେବା କଥାକୁ ଏଡ଼ାଇ ଯାଉଥିଲେ ରଂଜିତ। ଲକଡ଼ାଉନ ବେଳେ ନିଜ ଘରକୁ ରଂଜିତ ପଳାଇଥିଲେ ଏବଂ ପଛେ ପଛେ ସେଠାରେ ଝୁମୁକା ମଧ୍ୟ ପହଞ୍ଚିଯାଇଥିଲେ। 

ତେବେ ସେଠାରେ କିଛି ଆପୋଷ ସମାଧାନ ନ ହେବାରୁ ଝୁମୁକାଙ୍କୁ ନେଇ ରଂଜିତ ଭୁବନେଶ୍ୱର ଫେରି ଆସିଥିଲେ। ଏତିକି ଭିତରେ ଦୁହେଁ ଗତକାଲି ରାସ୍ତାରେ ଯାଉଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ଆଇଜି ପାର୍କ ନିକଟରେ ଝୁମୁକା ପୁଣି ବାହା ହେବା ପାଇଁ ଜିଦ ଧରି ବସିଥିଲେ।

ଏଭଳି ପରିସ୍ଥିତିରେ ରଂଜିତ ଏବଂ ଝୁମୁକାଙ୍କ ମଧ୍ୟରେ ବଚସା ଏବଂ ପରେ ପରେ ଏହା ହାତାହାତିର ରୂପ ନେଇଥିଲା। ରାସ୍ତା ଉପରେ ଏଭଳି ପାଟିତୁଣ୍ଡ ହେବାରୁ ସେଠାରେ ଲୋକେ ଏବଂ ଗଣମାଧ୍ୟମ ପହଞ୍ଚିଥିଲା। ଏହାପରେ କ୍ୟାପିଟାଲ ଥାନା ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରେମୀଯୁଗଳଙ୍କୁ ଥାନାକୁ ନେଇଯାଇଥିଲା।