ପୁଅର ଜୀବନ ରକ୍ଷା ପାଇଁ ବାପା-ମାଙ୍କ ଅଭିନବ ପ୍ରୟାସ, ରାସ୍ତାରେ ୩୦ କିମି ଦଣ୍ଡ ମାରିଲେ ଆଉ ତାପରେ.. ଦେଖନ୍ତୁ ଭିଡ଼ିଓ

 
Bapa maa

ଆଜିର ସ୍ୱାର୍ଥପର ଦୁନିଆରେ କେବଳ ବାପା ମାଆ ହିଁ ନିଜ ସନ୍ତାନକୁ ନିଃସ୍ୱାର୍ଥପର ଭାବରେ ଭଲ ପାଆନ୍ତି। କୁହାଯାଏ ଯେ ପୁଅ ଉପରେ ଯେ କୌଣସି ବିପଦ ଆସିଲେ ମଧ୍ୟ ବାପା ମାଆ ଢାଲ ଭାବରେ ଆଗେଇ ଆସିଥାନ୍ତି। ତେବେ, କେନ୍ଦ୍ରାପଡା ଅଞ୍ଚଳର ଏକ ଦମ୍ପତ୍ତି ଏହି ଉକ୍ତିଟିକୁ ଠିକ ପ୍ରମାଣିତ କରି ଦେଇଛନ୍ତି। ରୋଗ ଶଯ୍ୟାରେ ପଡ଼ିଥିବା ପୁଅର ଆରୋଗ୍ୟ କାମନା କରି ଏହି ଦମ୍ପତ୍ତି ପାଖାପାଖି ୩୦ କିଲୋମିଟର ଦଣ୍ଡ ମାରି ମାରି କେନ୍ଦ୍ରାପଡା ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚିଥିବା ଜଣାଯାଇଛି।

Niranjan with babita

ମିଳିଥିବା ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା କୁତରଙ୍ଗ ଗ୍ରାମର ନିରଞ୍ଜନ ସାହୁ ଓ ବବିତା ସାହୁଙ୍କର ୨୨ ବର୍ଷର ପୁଅ ଶୁଭମ ସାହୁ କିଡନୀ ରୋଗରେ ପୀଡିତ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଶୁଭମଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିବାରୁ ଅବସ୍ଥା ଗୁରୁତର ରହିଛି। ଗୋଟିଏ ପଟେ ପୁଅର ଚିକିତ୍ସା କରାଇବା ପାଇଁ ଟଙ୍କା ନଥିବା ବେଳେ ଅନ୍ୟପକ୍ଷରେ ଟ୍ରାନ୍ସପ୍ଲାଣ୍ଟ ପାଇଁ କିଡନୀ ଯୋଗାଡ଼ ହୋଇ ପାରୁନାହିଁ।

Danda jatra

 

ଶୁଭମଙ୍କର ବାପା ନିରଞ୍ଜନ ସାହୁ ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ବେଳେ ପରିବାର ବହୁତ କଷ୍ଟରେ ଚଳାଇଥାନ୍ତି। ଏପରି ଆର୍ଥିକ ପରିସ୍ଥିତିରେ ବହୁ ଧାର ଉଧାର କରି ନିରଞ୍ଜନ ପୁଅର ଚିକିତ୍ସା କରାଉଥିବା ବେଳେ ଆହୁରି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ଶେଷରେ କୌଣସି ଉପାୟ ନ ପାଇ ନିରଞ୍ଜନ ଏବଂ ସ୍ତ୍ରୀ ବବିତା ଶ୍ରୀ ବଳଦେବଜୀଉଙ୍କ ଶରଣ ପସିଛନ୍ତି। ଡିପ୍ଲୋମା ପଢ଼ି ଭବିଷ୍ୟତରେ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖୁଥିବା ଶୁଭମଙ୍କୁ ଯଦି ସରକାରୀ କିମ୍ବା ବେସକାରୀ ସଂଗଠନ ପକ୍ଷରୁ ବା କେହି ସହ୍ରୁଦୟ ବ୍ଯକ୍ତିଙ୍କ ତରଫରୁ ସହାୟତା ମିଳନ୍ତା ତେବେ ସେ ପୁଣି ଏକ ନୂଆ ଜୀବନ ଫେରି ପାଆନ୍ତେ।