କଂଗ୍ରେସ ଛାତ୍ର ସଂଘର ଆହ୍ୱାନ: ୭୨ ଘଣ୍ଟା ଭିତରେ ପ୍ରକୃତ ଆସାମୀ ଧରା ନ ପଡ଼ିଲେ ଘେରାଉ ହେବ ପଣ୍ଡିଆନ୍ ନିବାସ

 
Pandian

ପାଣ୍ଡିଆନଙ୍କୁ ୭୨ ଘଣ୍ଟା ସମୟ ଦେଲେ କଂଗ୍ରେସ ଛାତ୍ର ଯୁବକ ସଂଘ । ୭୨ ଘଣ୍ଟା ଭିତରେ ଆକ୍ସନ ନ ନେଲେ ପାଣ୍ଡିୟାନ ନିବେଶ ହେବ ଘେରାଉ । କଂଗ୍ରେସ ଛାତ୍ର ସଂସଦର ଆହ୍ଵାନ ପାୱାର ହାଉସ୍ ଛକ ରେଞ୍ଜ ରୋଭର୍ ଦୁର୍ଘଟଣାର ସଠିକ୍ ତଦନ୍ତ ନ ହେଲେ ରାଜ ରାସ୍ତାରେ ଆରମ୍ଭ ହେବ ହଙ୍ଗାମା ।

ସରକାର ଓ ପୋଲିସ୍ କମିଶନରଙ୍କୁ ରାନୀ ପଣ୍ଡା ସହିତ ତୁଳନା କରି ଛାତ୍ର କଂଗ୍ରେସ କହିଛି ଏମାନେ ତ ରାନୀ ପଣ୍ଡାଠୁ ବି ଖରାପ୍ ବଳି ଗଲେ । ନିକଟରେ ରାନୀ ପଣ୍ଡା ଏକ ଦୁର୍ଘଟଣା କରିଥିବା ବେଳେ ନିଜର ଦୋଷ ସ୍ଵୀକାର କରି ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଘରକୁ ଯାଇ ୩ ଲକ୍ଷ ଟଙ୍କା ଦେଇଥିଲେ ।

Range rover

ସାଧାରଣ କାର ୩ ଲକ୍ଷ ଟଙ୍କା ଦେଉଥିବା ବେଳେ ରେଞ୍ଜ ରୋଭର୍ କିନ୍ତୁ ଏଥି ସମ୍ପୂର୍ଣ ଗାଏବ । କୋଟିଏ ଟଙ୍କାର ଗାଡ଼ି , ଶହେ କୋଟିର କ୍ଷମତା ଥିବା ଲୋକ । ହେଲେ ଏମାନଙ୍କ ପାଖରେ ଟଙ୍କା ଟାର ବି ମଣିଷ ପଣିଆ ନାହିଁ । ବଡ଼ ବଡୁଆ ଲୋକଙ୍କ ପାଇଁ ପୋଲିସ ତ ଚୁପ୍ ବସି ଯାଉଛି ଏପଟେ ସିସିଟିଭି ବି ଆଖି ବୁଜି ଦେଉଛି ।

ରେଞ୍ଜ ରୋଭର୍ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ପରେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ଯୁବ ଛାତ୍ର କଂଗ୍ରେସ ସଂଘ । ଛାତ୍ର ମାନଙ୍କର ସ୍ପଷ୍ଟ ଆହ୍ଵାନ ରହିଛି ଯଦି ସତ୍ୟତା ସାମ୍ନାକୁ ନ ଆସେ ଓ ମୃତ ଯୁବତୀଙ୍କୁ ଉଚିତ୍ ନ୍ୟାୟ ନ ମିଳେ ତେବେ ୭୨ ଘଣ୍ଟା ପରେ ପାଣ୍ଡିଆନ ଙ୍କ ଘର ଘେରାଉ କରିବ ସଂଘ ।

Congress

ସଂଘ କହିଛି ନବୀନ ପଟ୍ଟନାୟକଙ୍କ ଘର ଆଗ ଗେଟ୍ ଭଳି ପାଣ୍ଡିଆନ ଙ୍କ ଘର ଆଗରେ ମଧ୍ୟ ସେହିଭଳି ଏକ ବଡ ଗେଟ୍ ଲାଗିଛି । ତେବେ ଓଡିଶାରେ ଏବେ ମୁଖ୍ୟମନ୍ତ୍ରୀ କହିଲେ ନବୀନ ନୁହଁନ୍ତି ପାଣ୍ଡିଆନ ଙ୍କୁ ବୁଝାଉଛି । ସେ ରାଜ୍ୟ ରାଜନୀତିର ସମସ୍ତ କାର୍ଯ୍ୟ ତୁଲାଉଛନ୍ତି । ନବୀନଙ୍କ ଅପେକ୍ଷା ପାଣ୍ଡିଆନ ବି ସୁସ୍ଥ ସବଳ ଅଛନ୍ତି । ତେଣୁ କରି ତାଙ୍କ ପାଖକୁ ଗଲେ ଉଚିତ୍ ଉତ୍ତର ମିଳିବ ।