ଗିରଫ ହେବେ ରାଜୁଦାସ! ୟୁଟ୍ୟୁବରେ ପ୍ରସାରିତ ଭିଡିଓ କଷ୍ଟ ଦେଇଛି ବଜରଙ୍ଗ ଦଳକୁ, ଜାଣନ୍ତୁ ପୁରା ଘଟଣା

 
Raju Das Comedy

ନିକଟରେ ଗିରଫ ହୋଇ ପାରନ୍ତି ରାଜୁ ଦାସ ଓରଫ୍ ସାହୁ ବାବୁ । ଓଡ଼ିଶାର ଘରେ ଘରେ ପରିଚିତ ସାହୁ ଭେରାଇଟି ଷ୍ଟୋର ବିରୁଦ୍ଧରେ ଅଭିଯୋଗ ଆଣିଛି ବଜରଙ୍ଗି ଦଳ । ନିକଟରେ ସାହୁ ଭେରାଇଟିର ଟିମ୍ ତରଫରୁ ବଜରଙ୍ଗୀ ଭାଇଜାନ୍ ନାମରେ ଏକ ଭିଡିଓ ପୋଷ୍ଟ କରା ଯାଇଥିଲା । ଯେଉଁଥିରେ ନିଜର ପ୍ରତିକ୍ରିୟା ରଖିଛି ବଜରଙ୍ଗ ଦଳ।

ବଜରଙ୍ଗୀ ଦଳର ଅଭିଯୋଗ ରହିଛି ଯେ ସାହୁ ଭେରାଇଟିର ଏହି ଭିଡିଓ ଦ୍ୱାରା କୁଆଡେ ହିନ୍ଦୁ ଧର୍ମର ଅପମାନ ହେଉଛି । ଏହି ଭିଡିଓରେ ହିନ୍ଦୁ ଧର୍ମର ମଜାକ ଉଡା ଯାଉଛି । ହିନ୍ଦୁ ଧର୍ମାବଲମ୍ବୀ ଲୋକ ମାନଙ୍କ ବିଶ୍ୱାସ ଓ ଆସ୍ଥା ପ୍ରତି ଏହା ପ୍ରଶ୍ନ ଉଠାଇଛି ।

Raju das

ତେଣୁ କରି ଏ ଭିଡିଓକୁ ତୁରନ୍ତ ନ ହଟାଇଲେ ସାହୁ ବାବୁ ଅର୍ଥାତ୍ ରାଜୁ ବାବୁଙ୍କ ପକ୍ଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହା ଯାଇଛି ।

ଏ ନେଇ ସାଇବର ପୋଲିସ ଷ୍ଟେସନ୍ ରେ ରାଜୁ ଦାସଙ୍କ ବିରୋଧରେ ଅଭିଯୋଗ ଆଣିଛି ବଜରଙ୍ଗ ଦଳ । ନିକଟରେ ଦଳର ଏକ ଟିମ୍ ମେମ୍ବରଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିଲେ ସାହୁ ବାବୁ । ଏବେ ପୁଣି ବଜରଙ୍ଗ ଦଳର ଶିକାର ହୋଇଛନ୍ତି ।

ଥରେ କି ଦୁଇ ଥରେ ନୁହେଁ ବାରମ୍ବାର ସେ ଏଭଳି ଭିଡିଓ ପୋଷ୍ଟ କରୁଛନ୍ତି ବୋଲି ବଜରଙ୍ଗ ଅଭିଯୋଗ କରିଛି । ତୁରନ୍ତ ଉକ୍ତ ଭିଡିଓକୁ ଡିଲିଟ କରାଯିବା ସହ ରାଜୁ ଦାସଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସାଇବର ଥାନାରେ ଦାବି କରିଛି ବଜରଙ୍ଗ ଦଳ।