ଭାଇରାଲ ହେଉଛି ଅଶ୍ଲୀଳ ଓଡ଼ିଆ ଗୀତ! ଗାୟକଙ୍କ ବିରୋଧରେ କେସ୍, ଗୀତରେ କୁହାଯାଇଛି ପ୍ରେମ ଗୋଟେ କୀଳା ତୁ...

 
Viral song

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ କଦର୍ଥ ଏବଂ ଅଶ୍ଳୀଳ ଓଡ଼ିଆ ଗୀତ ଭାଇରାଲ ହେବାରେ ଲାଗିଛି। ୟୁଟ୍ୟୁବ୍ ଏବଂ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟ୍ ରେ ଏହି ଭିଡ଼ିଓ ଘୁରି ବୁଲୁଥିବା ବେଳେ ଏଥିରେ ବ୍ୟବହାର ହୋଇଥିବା କିଛି ଶବ୍ଦ ଅଶ୍ଲୀଳ ଏବଂ ଅସାମ୍ବିଧାନିକ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାଇ ବାପୁ ପଣ୍ଡା ନାମକ ଜଣେ ଯୁବକ ଏହି ଗୀତଟିକୁ ଗାଇଛନ୍ତି। ତେବେ ଗୀତଟିର ନାମ,' ପ୍ରେମ ଗୋଟେ କୀଳା' ରଖାଯାଇଥିବା ବେଳେ ଏଥିରେ ବହୁ ଅଶ୍ଲୀଳ ଭାଷା ପ୍ରୟୋଗ କରାଯାଇ ଓଡ଼ିଶାର ପରମ୍ପରାକୁ କଦର୍ଯ୍ୟ କରାଯାଇଛି ବୋଲି ଓଡ଼ିଶା କଳାକାର ସ୍ୱର ପକ୍ଷରୁ ଅଭିଯୋଗ କରାଯାଇଛି।

ଓଡ଼ିଶା କଳାକାର ସ୍ୱର ପକ୍ଷରୁ ଆସିଥିବା କିଛି କଳାକାରମାନେ ଗୀତର ଅଶ୍ଳୀଳତାକୁ ନେଇ ଭୁବନେଶ୍ୱର ପୁଲିସ୍ ଉପାୟୁକ୍ତ ଡ଼. ଉମାଶଙ୍କର ଦାସଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏପରି କଦର୍ଯ୍ୟ ଗୀତ ଗାଇଥିବା ଗୀତିକାର, ଗାୟକ ଏବଂ ସଙ୍ଗୀତ ନିର୍ଦେଶକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଆ କଳାକାର ଶ୍ରୀଧର ମାର୍ଥା, ବୁଲୁ ପଣ୍ଡା, ରାକେଶ ଧଳ, ରାଜନାରାୟଣ ପଣ୍ଡା, ଲିପିକା ମହାନ୍ତି ପ୍ରମୁଖ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକୁ ଗ୍ରହଣ କରାଯିବା ସହ ଘଟଣାର ତର୍ଜମା କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଉଛି।