ପାରାଦୀପରେ ଅଭାବନୀୟ ଘଟଣା, ମୋବାଇଲ୍ ବ୍ଲାଷ୍ଟରେ ଜୀଅନ୍ତା ଜଳିଗଲେ ଯୁବକ, ଏହି କମ୍ପାନୀର ଥିଲା ଫୋନ୍

 
ପାରାଦୀପରେ ଅଭାବନୀୟ ଘଟଣା, ମୋବାଇଲ୍ ବ୍ଲାଷ୍ଟରେ ଜୀଅନ୍ତା ଜଳିଗଲେ ଯୁବକ, ଏହି କମ୍ପାନୀର ଥିଲା ଫୋନ୍
ମୋବାଇଲ ନେଲା ଜୀବନ। ଛାତିରେ ମୋବାଇଲ ରଖି ଶୋଇଥିଲେ ଫାଟିଲା ମୋବାଇଲ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପରେ। ସୂଚନା ଅନୁସାରେ ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଣେ ରାଜମିସ୍ତ୍ରୀ। ତାଙ୍କ ଘର ନୟାଗଡ ଅଞ୍ଚଳରେ। ସେ ପାରାଦୀପରେ ରହି କାମ କରୁଥିଲେ । ଅଠରବାଙ୍କୀ ଅଞ୍ଚଳରେ ସେ ନିଜ ସାଙ୍ଗ ମାନଙ୍କ ସହିତ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ମୋବାଇଲକୁ ଚାର୍ଜରେ ବସାଇ କାହା ସହିତ କଥା ହୋଇଥିଲେ। ପରେ ଛାତିରେ ରଖି ଶୋଇପଡିଥିଲେ।  

ପରେ ମୋବାଇଲ୍ ଫୋନ୍ ଫାଟି ଯିବାରୁ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ନୟଗାଡ଼ ଜିଲ୍ଲା ଅନ୍ତର୍ଗତ ଲେମ୍ବାଗୁଡ଼ା ଗ୍ରାମର ୩୭ ବର୍ଷିୟ କୁନା ପ୍ରଧାନ। ଜଗନ୍ନାଥ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଗୋଟାଏ ମନ୍ଦିର ତୋଳିବା ପାଇଁ ନୟାଗଡ଼ ଜିଲ୍ଲାରୁ କିଛି କାରିଗରଙ୍କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣ ଗତରାତିରେ ସଂଘ କାର୍ଯ୍ୟାଳୟର ଏକ ରୁମରେ ଶୋଇଥିଲେ।

ପାରାଦୀପରେ ଅଭାବନୀୟ ଘଟଣା, ମୋବାଇଲ୍ ବ୍ଲାଷ୍ଟରେ ଜୀଅନ୍ତା ଜଳିଗଲେ ଯୁବକ, ଏହି କମ୍ପାନୀର ଥିଲା ଫୋନ୍

ରାତି ପ୍ରାୟ ୧: ୩୦ ବେଳେ କୌଣସି କାରଣରୁ ଫୋନଟି ପ୍ରଚଣ୍ଡ ଶବ୍ଦ କରି ଫାଟିବାରୁ କୁନାଙ୍କର ମୁହଁ ସମେତ ଦେହର ଉପରିଭାଗ ପୋଡ଼ି କ୍ଷତବିକ୍ଷତ ହୋଇଯାଇଥିଲା। ବିସ୍ଫୋରଣଜନିତ ଶବ୍ଦରେ ସେ କୋଠରିରେ ଶୋଇଥିବା ଅନ୍ୟମାନେ ଚମକି ଉଠିପଡ଼ିଥିଲେ। ଚିକିତ୍ସା ନିମନ୍ତେ କୁନାଙ୍କୁ ଟ୍ରକ୍ ଆସୋସିଏସନ୍ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ୍ ହସ୍ପିଟାଲକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୋବାଇଲ୍ ଟି କେଉଁ କମ୍ପାନୀର ତାହା ଜଣା ନ ପଡିଥିବା ଏକ ଚାଇନା କମ୍ପାନୀର ବୋଲି ଜଣାପଡିଛି।