ଓଡ଼ିଶାରେ ଚୀନ୍ ପାରା! ଗୋଡ଼ରେ ଅଛି ଚାଇନିଜ୍ ଭାଷାରେ ଲିଖିତ ମୁଦି, ଏହା ପଛର ରହସ୍ୟ କଣ? ଜାଣନ୍ତୁ

 
Piegion

ଓଡ଼ିଶାରେ ଚୀନ୍ ପାରା, ଗୋଡ଼ରେ ଲାଗିଛି ଚାଇନିଜ୍ ମୁଦି ଏବଂ ରହସ୍ୟମୟ ଯନ୍ତ୍ର। ଏପରି ଏକ ପାରା ରାଉରକେଲାର କଂଶବାହାଲ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଏଥିନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପାରା ଗୋଡ଼ରେ ଚାଇନିଜ୍ ଭାଷାରେ କିଛି ଲେଖା ହୋଇଥିବାରୁ ଏଥିନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି।

Piegion

ମିଳିଥିବା ସୂଚନା ଅନୁଯାଇ କାଂଶବାହାଲରେ ନିଜ ପରିବାର ସହ ରହୁଥିବା ସବ‌େର୍ଶ୍ବର ଛୋଟରାୟଙ୍କ ଘର ଭିତରକୁ ଏହି ପାରାଟି ପଶି ଆସିଥିଲା। ତେବେ, ଆକାରରେ ପାରାଟି ସାଧାରଣ ପାରାଙ୍କ ଠାରୁ ବଡ଼ ହୋଇଥିବା ବେଳେ ତାର ଗୋଡ଼ରେ ଏକ ମୁଦି ଥିବା ଏବଂ ସେଥିରେ ଚାଇନିଜ ଭାଷାରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଥିଲା। ମୁଦି ଭିତରେ କୌଣସି ପ୍ରକାର ଯନ୍ତ୍ର ଥିବା ସନ୍ଦେହ କରି ସର୍ବେଶ୍ୱର ପାରାଟିକୁ ଅଲଗା ରଖିଥିଲେ।

Piegion

ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେବାପରେ ପାରାଟିକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମା ହୋଇ ଯାଇଥିଲା। ତେବେ, ପାରା କାଂଶବାହାଲକୁ ଆସିଲା କେମିତି? ଗୋଡ଼ରେ ଲାଗିଥିବା ମୁଦି କୌଣସି ଗୁପ୍ତ ବାର୍ତ୍ତା ବହନ କରୁନି ତ? ଗୁପ୍ତଚର କାର୍ଯ୍ୟ ପାଇଁ ଏହା କୌଣସି ଶତ୍ରୁ ଦେଶର ଷଡ଼ଯନ୍ତ୍ର ନୁହେଁ ତ? ଏହିଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।