ଦେଖନ୍ତୁ ଭିଡ଼ିଓ: ଯାତ୍ରୀଙ୍କ ଜୀବନ ସହ ଖେଳ! ଭୁବନେଶ୍ୱରରେ ‘ମୋ ବସ୍’ ଚଳାଉଛି ୫ ବର୍ଷର ଛୋଟ ଛୁଆ

 
Mo bus

ରାଜଧାନୀ ଭୁବନେଶ୍ବର ଆସିଥିଲେ ଆପଣ ମୋ ବସରେ ନିଶ୍ଚିତ ଭାବରେ ଯାତ୍ରା କରିଥିବେ। ଜନସାଧାରଣ ଯେପରି ସୁବିଧାରେ ଯାତ୍ରା କରି ପାରିବେ ସେଥିପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ତା କରିଥିବା ବେଳେ ଲୋକେ ଏହାର ଫାଇଦା ମଧ୍ୟ ଉଠାଉଛନ୍ତି। କିନ୍ତୁ, ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ମୋ ବସରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Mo bus

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ରାସ୍ତା ଉପରେ ଯାତ୍ରୀ ମାନଙ୍କୁ ନେଇ ମୋ ବସ୍ ଯାଉଥିବା ବେଳେ ଏହାକୁ ଏକ ଶିଶୁ ଚଳାଉଥିବା ଦେଖିବାକୁ ମିଳିଛି। ଡ୍ରାଇଭର୍ ନିଜ ସିଟରେ ବସିଥିବା ବେଳେ ତାଙ୍କ ପାଖରେ ଏକ ଶିଶୁ ବସ୍ ଷ୍ଟିଅରିଂ ଧରି ଚଳାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି।

ଗଣମାଧ୍ୟମରେ ଏହି ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏପରିକି ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ କେତେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। କିଛି ଲୋକେ ଏପରି କାର୍ଯ୍ୟକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।