​​​​​​କିଏ ଏହି ଶ୍ରଦ୍ଧା? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ସମ୍ପର୍କ କଣ? ସବୁ ଖୋଲିକି କହିଦେଲେ ନବୀନ

 
Naveen Patnaik

ମୁଖ୍ୟମନ୍ତ୍ରୀଙ୍କ ସହିତ ଅନେକ ସମୟରେ ଫଟୋ ଚିତ୍ରରେ ସାମ୍ନାକୁ ଆସୁଥିବା ଏହି ଶ୍ରଦ୍ଧା ନାମକ ଝିଅ ଜଣକ କିଏ। କେବଳ ଓଡ଼ିଶାରେ ନୁହେଁ ବରଂ ବିଦେଶ ଯାତ୍ରାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖିବାକୁ ମିଳିଥିଲେ ଶ୍ରଦ୍ଧା। ଏ ନେଇ ଏବେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ। ଶ୍ରଦ୍ଧା କିଏ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର କଣ ସମ୍ପର୍କ ରହିଛି।

Naveen Patnaik

ରାଜ୍ୟ ରାଜନୀତିରେ ପୁରା ଖେଳି ଯାଇଥିଲା ଏହି ପ୍ରଶ୍ନ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳ ବାର ଦିନ ନିଜ ମୁହଁ ଖୋଲିଛନ୍ତି। ନବୀନ କହିଛନ୍ତି ଶ୍ରଦ୍ଧା ହେଉଛନ୍ତି ଜଣେ ଫିଜିଓ ଥେରାପିଷ୍ଟ୍। ମୋ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ମୋ ଫିଜିକାଲ୍ ଫିଟନେସ ର ଯତ୍ନ ନେବା ପାଇଁ ପଠାଇ ଥିଲେ।

Sradha

ଏହା ପରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ କରିଥିଲେ ଯେ ଶ୍ରଦ୍ଧା କାହିଁକି ସରକାରୀ ବାସଗୃହରେ ରହିଛନ୍ତି। ଯାହାର ପ୍ରତି ଉତ୍ତର ମୁଖ୍ୟମନ୍ତ୍ରୀ ନବୀନ କହିଥିଲେ ଶ୍ରଦ୍ଧାଙ୍କ ପାଇଁ କୌଣସି ଖର୍ଚ୍ଚ ସରକାରୀ ପଇସାରୁ କରା ଯାଇ ନାହିଁ। କି କୌଣସି ସରକାରୀ କ୍ୱାଟରରେ ସେ ରହି ନାହାଁନ୍ତି। ଏ ନେଇ ନବୀନ ଆହୁରି ମଧ୍ୟ କହିଛନ୍ତି ବିଧାନସଭା ର ବହୁ ମୂଲ୍ୟ ସମୟକୁ ଏପରି ନଷ୍ଟ ନ କରି ଜନ ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା କରିବା ଦରକାର।