ଓଡ଼ିଶାକୁ ସବୁପାଣି ଛାଡ଼ିଦେଇ ମାଛ ଧରୁଛି ଛତିଶଗଡ଼, ଫାଇଦାରେ ଛତିଶଗଡ଼ ବିପଦରେ ଓଡ଼ିଶା, ଜାଣନ୍ତୁ ପୁରା ଖବର

 
Odisha chattisgarh

ଏବେ କିଛି ଦିନ ତଳେ ହୀରାକୁଦ ଡ଼୍ୟାମର ଗେଟ୍ କୁ ବାଧ୍ୟ ହୋଇ ଖୋଲିଲା ଓଡିଶା । ଗେଟ୍ ଖୋଲିବା ପରେ ବଡ଼ ସମସ୍ୟା ରେ ଏବେ ଅଛନ୍ତି ଓଡ଼ିଶାବାସୀ ଏବଂ ଓଡିଶା ଜଳମଗ୍ନ ହୋଇ ଗଲାଣି । କିଛି ଲୋକେ କହୁଛନ୍ତି ଗେଟ୍ ବନ୍ଦ ନ କଲେ ଓଡ଼ିଶାର ସ୍ଥିତି ଖରାପ୍ ହେଇଯିବ।

ତେବେ ବର୍ତ୍ତମାନ ଛତିଶଗଡକୁ କୌଣସି ଚିନ୍ତା ନଥିବା ଜଣା ପଡୁଛି । ନିଜ କଲମା ବ୍ୟାରେଜର ସବୁ ଗେଟକୁ ଖୋଲି ଦେଇଛି ଛତିଶଗଡ଼ ଏବଂ ଜଳ ନିୟନ୍ତ୍ରଣରେ ରହିଥିବାରୁ କମ୍ ପାଣି ଅଛି ଆଉ ଲୋକେ ମାଛ ଧରୁଛନ୍ତି । 

Odisha Chattisgarh

ମହାନଦୀରେ ପାଣି ଛାଡି ଛତିଶଗଡ଼ ମାଛ ଧରୁଥିବା ବେଳେ ଓଡ଼ିଶାରେ ହେବ ବନ୍ୟା । ଓଡିଶା ସହିବ କ୍ଷତି କିନ୍ତୁ ଲାଭ ପାଇବ ଛତିଶଗଡ଼ । ଗେଟ ଖୋଲିବା ପଛରେ କଣ ଥିଲା କି କିଛି ଚାଲାକି । ମହାନଦୀ ଜଳକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଏବେ ଶତ୍ରୁତା ଦେଖା ଯାଉଛି ।

ଖରାଦିନେ ସମସ୍ତ ବ୍ୟାରେଜ୍‌ ବନ୍ଦ ରଖିଥିବା ଛତିଶଗଡ଼ ଏବେ ମୌସୁମୀ ଋତୁରେ ସବୁତକ ଖୋଲି ଦେଇଛି । ଏଭଳି ମନମୁଖି ଜଳ ନିୟନ୍ତ୍ରଣର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । କିନ୍ତୁ ଛତିଶଗଡ଼ର ମତ୍ସ୍ୟଜୀବୀ ଏହାକୁ ନେଇ ଭଲ ରୋଜଗାର କରୁଥିବା ବେଳେ ଏଠାକାର ଲୋକେ ବହୁ କଷ୍ଟ ପାଉଛନ୍ତି ।

Water

ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ସବୁଠୁ ନିକଟବର୍ତ୍ତୀ ବ୍ୟାରେଜ୍‌ ହେଲା ଛତିଶଗଡ଼ର କଲ୍‌ମା । ଏବେ କଲ୍‌ମାର ସବୁ ଗେଟ୍‌ ଖୋଲା । ପାଣି ସୁଅ ପ୍ରଖର ଥିବାରୁ ସ୍ବାଭାବିକ ଭାବେ ମାଛ ଗୁଡ଼ିକ ଉପରମୁଣ୍ଡକୁ ପ୍ରଜନନ ପାଇଁ ପଳାଉଛନ୍ତି । ଆଉ ଛତିଶଗଡ଼ରେ କିଛି କଟକଣା ନଥିବାରୁ ସେଠାକାର ମତ୍ସ୍ୟଜୀବୀ ମନଇଚ୍ଛା ମାଛ ଧରୁଛନ୍ତି ।