ଚନ୍ଦ୍ରଯାନ-୩ ର ସଫଳତା ପଛରେ ରହିଛି ଓଡ଼ିଶାର ବଡ଼ ଯୋଗଦାନ, ଜାଣନ୍ତୁ କେମିତି ରହିଛି ଓଡ଼ିଶାର ହାତ

 
Odisha chandrayan 3

ଚନ୍ଦ୍ରୟାନ -୩ କୁ ନେଇ ସାରା ଭାରତ ଏବେ ଗର୍ବିତ। ଏଥି ମଧ୍ୟରେ ବିତି ଯାଇଛି କିଛି ଦିନ, ହେଲେ ଏବେବି ଥମିନି ମାହୋଲ। ସମସ୍ତେ ଆଗ୍ରହର ସହିତ ଚାହିଁ ରହିଛନ୍ତି ରୋଭର୍ ପ୍ରଜ୍ଞାନ ର ବାର୍ତା କୁ। ଆଗକୁ ଆହୁରି ୧୪ ଦିନ ଚାଲିବ ତଥ୍ୟ ସଂଗ୍ରହ। ଏଥି ନେଇ ସାରା  ବିଶ୍ୱର ଆଖି ଏବେ ଭାରତ ଉପରେ।

ଏପଟରେ ଚନ୍ଦ୍ରୟାନ -୩ କୁ ନେଇ ଓଡ଼ିଶାର ଖୁସି କହିଲେ ନସରେ।ଚନ୍ଦ୍ରୟାନ୍ - ୩ର ନିର୍ମାଣରେ ଓଡ଼ିଶାର ଅବଦାନ ବି କିଛି କମ ନଥିଲା। ଆଜ୍ଞା ହଁ ଆପଣ ଭାବୁଥିବେ କେମିତି? ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ପଚସ୍ତରି ହଜାର ଜଟିଳ ତଥା ସୂକ୍ଷ୍ମ ଯନ୍ତ୍ର ତିଆରି କରିଛି CTTC। 

T

ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର୍ ସୁଯୋଗ ପାଇଥିଲା ଏହି କାର୍ଯ୍ୟ ପାଇଁ। ଚନ୍ଦ୍ରୟାନ-୩ ର ଅନେକ ଯନ୍ତ୍ରାଂଶ ତିଆରି ହୋଇଥିଲା ସେଠାରେ । ପ୍ରଥମେ ଇସ୍ରୋ ଦ୍ଵାରା ସୃଷ୍ଟି କରାଯାଇଥିଲା ଡିଜାଇନ୍।ପରେ ଏହି କାର୍ଯ୍ୟକୁ ଇସ୍ରୋ ଅତି ବିଶ୍ୱାସ ଓ ଭରଶାର ସହିତ ପ୍ରଦାନ କରିଥିଲା CTTCକୁ।ପରେ CTTC ଦିନ ରାତି ଏକ କରିଦେଇଥିଲା ଏହି କାମ ପାଇଁ। ପ୍ରାୟ ୧୫୦ଜଣ ଟେକ୍ନିସିଆନ ଦୀର୍ଘ ଦୁଇ ବର୍ଷ ଧରି ଲାଗି ରହିଥିଲେ ଏହି କାର୍ଯ୍ୟରେ ।

ପ୍ରାୟ ୨୩ ପ୍ରକାର ର ଯନ୍ତ୍ରପାତି ନିର୍ମିତ ହୋଇଥିଲା ଏଠାରେ। ଯେପରିକି ଆରଜିପିଡି କମ୍ପୋନେଣ୍ଟ , ଆଇଏଲଜି କମ୍ପୋନେଣ୍ଟ୍, ଗ୍ଲାସ୍ କମ୍ପୋନେଣ୍ଟ ଆଦି।ପରେ ଏହି ଯନ୍ତ୍ର ସବୁ ପଠା ଯାଇଥିଲା ଇସ୍ରୋ କୁ ଯେଉଁଠାରେ ପୁର୍ନବାର ପରୀକ୍ଷା କରା ଯାଇଥିଲା ଯନ୍ତ୍ର ଗୁଡ଼ିକର।

Cttc

କେବଳ ସେତିକି ନୁହେ ପ୍ରାୟ ୪୫ ଜଣିଆ ସିଟିଟିସି ଟିମ୍ ସ୍ବତନ୍ତ୍ର ଭାବେ ରହି ସହଯୋଗ କରୁଥିଲେ ଇସ୍ରୋ ଷ୍ଟେସନ୍ ଠାରେ। ସିଟିଟିସି ର ମ୍ୟାନେଜର ଏଲ୍ ରାଜ ଶେଖର କହିଛନ୍ତି ପଏଣ୍ଟ୍ ୫ ମାଏ କ୍ରୋନ ରୁ ୩ ମାଇକ୍ରୋନେ ଯନ୍ତ୍ର ପତି ତିଆରି ସବୁ ଠାରୁ କଷ୍ଟକର ଥିଲା। ଚନ୍ଦ୍ରୟନ୍ -୩ ର ସଫଳତା ପରେ ଗଗନ ଯାନ ର ପ୍ରସ୍ତୁତି ଆରମ୍ଭ କରିଛି ଇସ୍ରୋ। ଏହାର ମଧ୍ୟ ବିଭିନ୍ନ ଯନ୍ତ୍ର ପାତିର ନିର୍ମାଣ କାର୍ଯ୍ୟ ଦିଆ ଯାଇଛି ସିଟିଟିସି କୁ। ସିଟିଟିସି ମଧ୍ୟ ଆରମ୍ଭ କରି ଦେଇଛି ନିଜ କାମ।