ଦେଖନ୍ତୁ ଭିଡ଼ିଓ: ଭୁବନେଶ୍ୱର ପ୍ଲାଟଫର୍ମ ଭିତରକୁ ପସି ଆସିଥିବା କାର୍ ଭିତରେ ଏମିତି ଅବସ୍ଥାରେ ଥିଲେ ଯୁବକ ଯୁବତୀ

ଟ୍ରେନ୍ ପ୍ଲାଟଫର୍ମ ମଧ୍ୟକୁ ପଶିଗଲା କାର୍! ସିନେମା ଏବଂ ସିରିଏଲ୍ ଗୁଡିକରେ ଏଭଳି ଦୃଶ୍ୟ ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କିନ୍ତୁ, ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଟ୍ରେନର କିଛି ଅଂଶ ପ୍ଲାଟଫର୍ମରେ ରହିଥିବା ବେଳେ କିଛି ଅଂଶ ରେଳ ଧାରଣା ଆଡକୁ ଢଳି ରହିଥିଲା।
ଗତ ୧ ତାରିଖ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଏହି ମାମଲାରେ ପୋଲିସ ଦୁଇ ଜଣ ଯୁବକ ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାଇ ଭୁବନେଶ୍ୱର ରେଲୱେ ଷ୍ଟେସନ ମାଛ ଗେଟ ଖୋଲା ଥିବାବେଳେ ସେହି ପଟରୁ କାରଟି ପ୍ଲାଟଫର୍ମକୁ ପଶି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ ତାହା ମଧ୍ୟରୁ ଦୁଇ ଜଣ ଯୁବକ ଯୁବତୀ ବାହାରକୁ ବାହାରିଥିଲେ।
ଆଉ ଟିକିଏ ହୋଇଥିଲେ ଗାଡିଟି ବଧୁହୁଏ ରେଳ ଧାରଣା ଉପରକୁ ଆସି ଯାଇଥାନ୍ତା। ତେବେ, ଚେକ୍ କରିବା ବେଳକୁ ଏହା ମଧ୍ୟରୁ ମଦ ବୋତଲ ମିଳିବା ସହିତ ଭିତରେ ଥିବା ଯୁବକ ଏବଂ ଯୁବତୀ ନିଶାଶକ୍ତ ଅବସ୍ଥାରେ ଥିବା ଜଣାପଡିଛି। ତେବେ, ଆରପିଏଫ୍ ଏଥିନେଇ ଏକ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।