ରାଜି ନ ହେବାରୁ କାର୍ ଭିତରେ ଗାର୍ଲଫ୍ରେଣ୍ଡକୁ ମାଡି ବସିଲା ପ୍ରେମିକ, ଆଉ ତାପରେ ଘଟିଗଲା ବଡ଼ କାଣ୍ଡ

 
Jubati ku duskarma
ପ୍ରାୟ ୧୦ ବର୍ଷ ଧରି ଭଲ ପାଉଥିଲେ ଦୁହେଁ ଦୁହିଁଙ୍କୁ । ହେଲେ ପ୍ରେମିକଙ୍କ ଘରେ ପ୍ରେମିକାଙ୍କୁ ବାହାଘର ପାଇଁ ମନା କରିଦେବାରୁ ପ୍ରେମିକ ଜଣକ ଘଟେଇଲେ ଏଭଳି କାଣ୍ଡ । ଚଳନ୍ତା ଗାଡ଼ିରେ ନିଜ ପ୍ରେମିକା ସହିତ କରିଲେ ଦୁଷ୍କର୍ମ । ଏବେ ପ୍ରେମିକା ଙ୍କ ଅଭିଯୋଗ ପରେ ରସିକିୟା ପ୍ରେମିକ ଜଣକଙ୍କୁ ଗିରଫ୍ କରିଛି ପୋଲିସ । 

ପ

ପ୍ରେମିକ ଜଣଙ୍କ ହେଉଛନ୍ତି ବାଲିଗୁଡା ବଜାର ସାହିର ଆସିକ୍ ମହାପାତ୍ର । ଆଶିଷ ବଜାର ଉପରେ ଏକ ମୋବାଇଲ୍ ସପ୍ କରିଥିଲେ ଏବଂ ସେ ଭଲ ପାଉଥିବା ଯୁବତୀ ଜଣଙ୍କ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ସୂଚନା ଅନୁସାରେ ଦୁହେଁ ଦୁହିଁଙ୍କୁ ପ୍ରାୟ ୧ ବର୍ଷ ହେଲାଣି ଭଲ ପାଉଥିଲେ । ଏପରି ଆଗକୁ ବିବାହ କରିବା ନେଇ ଠିକ୍ ମଧ୍ୟ କରିଥିଲେ ।

ହେଲେ ଘର ଲୋକଙ୍କର ଗୋଟିଏ ନିଷ୍ପତ୍ତିରେ ବଦଳି ଯାଇଥିଲା ପ୍ରେମିକର ମନ । ଗତ କାଲି ନିଜ ପ୍ରେମିକାଙ୍କୁ ଘରକୁ ନେଇ ଯାଇଥିଲେ ପ୍ରେମିକ । ହେଲେ ଯୁବକଙ୍କର ଘର ଲୋକେ ଯୁବତୀ ଜଣଙ୍କୁ ସ୍ବୀକାର କରି ନ ଥିଲେ । ବାହାଘର ହୋଇପାରିବ ନାହିଁ ବୋଲି ସିଧା ସିଧା ମନା କରି ଦେଇଥିଲେ ।

ଯାହା ପରେ ଯୁବତୀ ଜଣକ ଯୁବତୀଙ୍କୁ ନିଜ ଗାଡିରେ ବସାଇ ତାଙ୍କୁ ଗାଡ଼ିରେ ଛାଡ଼ିବାକୁ ନେଉଥିଲେ । ବାଟରେ ଯିବା ସମୟରେ ଚଳନ୍ତା କାର୍ ରେ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଯୁବକ ଜଣକ ତାଙ୍କ ସହିତ ଖରାପ୍ ବ୍ୟବହାର କରିଥିଲେ । ଏବେ ଯୁବତୀଙ୍କ ଅଭିଯୋଗ ଅନୁସାରେ ପୋଲିସ୍ ଗିରଫ କରିଛି ଯୁବକଙ୍କୁ ।