କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କୁ ‘କଳା’ କହିପାରିବେନି ସ୍ତ୍ରୀ, ଯଦି କୁହନ୍ତି ତା’ହେଲେ ସ୍ତ୍ରୀ ସହ ସ୍ୱାମୀ...

 
Swami stree court

ଯଦି ସ୍ୱାମୀଙ୍କର ରଙ୍ଗ କଳା ହୋଇଥାଏ ଏହି କଥାକୁ ନେଇ ସ୍ତ୍ରୀ ତାଙ୍କର ଅପମାନ କରନ୍ତି ଏ କ୍ଷେତ୍ରରେ ସ୍ତ୍ରୀଙ୍କୁ ସ୍ୱାମୀ ଛାଡପତ୍ର ଦେଇପାରିବେ ବୋଲି କର୍ଣ୍ଣାଟକ ହାଇକୋର୍ଟ ଏଭଳି ନିଷ୍ପତି ନେଇଛନ୍ତି।

କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ୍‌ ଆଲୋକ ଅରାଧେ ଓ ଜଷ୍ଟିସ୍‌ ଅନନ୍ତ ରାମନାଥ ହେଗଡେଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସ୍ପଷ୍ଟ ଭାବରେ ଏପରି କହିଛନ୍ତି ଯେ ମହିଳା ଜଣକ ନିଜ ସ୍ୱାମୀଙ୍କର ରଙ୍ଗ କଳା ବୋଲି ତାଙ୍କୁ ଘୃଣା କରୁଥିଲେ ଏବଂ ଏହି କଥାକୁ ଲୁଚାଇ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ଜଣାପଡିଛି ଏବଂ ପର ସ୍ତ୍ରୀ ସହ ତାଙ୍କ ସ୍ୱାମୀଙ୍କର ଖରାପ ସମ୍ପର୍କ ରହିଛି ବୋଲି କହିଛନ୍ତି । କୋର୍ଟ ସ୍ୱାମୀଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ଦମ୍ପତିଙ୍କ ଛାଡପତ୍ରକୁ ସ୍ୱୀକାର କରିଛନ୍ତି ।

Couple

କାହିଁକି ସ୍ତ୍ରୀ ସ୍ୱାମୀଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣିଥିଲେ ?

ମିଳିଥିବା ସୂଚନାରୁ ଜଣାପଡିଛି ଯେ 2007 ମସିହାରେ ପରିବାରର ସହମତି କ୍ରମେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ତାଙ୍କର ଝିଅଟିଏ  ମଧ୍ୟ୍ୟ ଅଛି। 2012 ମହିହରେ ବେଙ୍ଗାଲୁରୁର ଏକ ଫ୍ୟାମିଲି କୋର୍ଟରେ ବ୍ୟକ୍ତି ଜଣକ ଛାଡପତ୍ର ମଂଞ୍ଜୁର ପାଇଁ ଅନୁରୋଧ କରିଥିଲେ।

Court

ହାଇକୋର୍ଟଙ୍କ ସୂଚନା ଅନୁଯାୟୀ ସ୍ତ୍ରୀ ଜଣକ ବାରମ୍ବାର ସ୍ୱାମୀଙ୍କ ରଙ୍ଗ କଳା ବୋଲି କହି ତାଙ୍କୁ ବହୁତ ଅପମାନ କରିଥିଲେ କିନ୍ତୁ ସ୍ୱାମୀ ଜଣକ ନିଜ ଝିଅର ମୁଁହକୁ ଚାହିଁ ଚୁପଚାପ ସବୁକିଛି ସହି ଯାଉଥିଲେ । ମହିଳା ଜଣକ ଶାଶୁ ଶ୍ୱଶୁର ସ୍ୱାମୀଙ୍କ ବିରୁଧରେ ଅଭିଯୋଗ କରିଥିଲେ  ଯେ ଯୌତୁକ ନିର୍ଯାତନା ପାଇଁ  ଶାଶୁ ଘର ଲୋକ ତାଙ୍କୁ ସବୁବେଳେ କଷ୍ଟ ଦେଇ ଆସୁଥିଲେ । 

ସ୍ୱାମୀ ଆଣିଥିବା ଅଭିଯୋକକୁ ସ୍ତ୍ରୀ ସମ୍ପୂର୍ଣ ଭାବରେ ବିରୋଧ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ 2017 ମସିହାରେ ଫ୍ୟାମିଲି କୋର୍ଟ ସେମାନଙ୍କର ଛାଡପତ୍ର ଆବେଦନକୁ ମଞ୍ଜୁର କରିନଥିଲେ । ଏହାପରେ ସ୍ୱାମୀ ହାଇକୋର୍ଟକୁ ଯାଇ ଛାଡପତ୍ର ପାଇଁ ଆବେଦନ କରିଥିଲେ ପରେ ସମସ୍ତ ଘଟଣା ଶୁଣିବା ପରେ ହାଇକୋର୍ଟ ଛାଡପତ୍ର ଆବେଦନକୁ ମଞ୍ଜୁର କରିଥଲେ ।