କାମ କରିବାକୁ ଆସି ବିବାହିତା ଯୁବତୀକୁ ଭଲ ପାଇଲା, ଅନ୍ଧାର ରାତିରେ ଲୁଚି ବସି ତଳେ ପକାଇ କରି ଚାଲିଲା, ଜାଣନ୍ତୁ ପୁରା ଘଟଣା

 
Bibahita jubati

ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ। ମୋର ନୁହେଁ ତ କାହାର ନୁହେଁ। ଏମିତି କହି ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ। ଏକତରଫା ପ୍ରେମରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା। ଗତକାଲି ସନ୍ଧ୍ୟାବେଳେ ରାଜଧାନୀ ଜନଗହଳିପୂର୍ଣ୍ଣ ଅଞ୍ଚଳ ରାଜମହଲ ଛକ ଠାରେ ଏହି ଘଟଣା ଘଟିଛି। ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏନେଇ ଗତକାଲି ରାତିରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। 

Gitanjali

ସୂଚନାଯୋଗ୍ୟ, ସ୍ତ୍ରୀ ଗୀତାଞ୍ଜଳି ଓ ସ୍ୱାମୀ କୁଞ୍ଜ ବିହାରୀ ଦତ୍ତ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧିନ ଝରଣା ସାହିରେ ରୁହନ୍ତି। ବାପୁଜାନଗରରେ ମୋବାଇଲ ଦୋକାନ କରି ଭଲରେ ଚଳନ୍ତି। ଦୋକାନ ମରାମତି ପାଇଁ କାମ ନେଇଥିଲା କାଳୁ ନାମକ ଅଭିଯୁକ୍ତ ଯୁବକ। ମାତ୍ର ୨୦ ଦିନରେ କାଳୁ ଆଉ ଦିପିକାଙ୍କ ମଧ୍ୟରେ ଗଢି ଉଠିଥିଲା ସଂପର୍କ। ପ୍ରଥମେ ପ୍ରେମ, ଆଉ ତାପରେ ସବୁଦିନ ପାଇଁ ନିଜର କରିବାର ପ୍ରତିଶ୍ରୁତିି। ଉଭୟଙ୍କ ଭିତରେ ଭଲ ପାଇବା ଏତେ ନିବିଡ ହୋଇ ଯାଇଥିଲା ଯେ, ଦୀପିକାକୁ ନେଇ ଫେରାର ହେବାକୁ ବସିଥିଲା କାଳୁ।

ହେଲେ ଗୀତାଞ୍ଜଳି ରାଜି ନହେବାରୁ ପ୍ରତିଶୋଧ ପରାୟଣ ହୋଇ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲା କାଳୁ। ଯୋଜନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ କୁଞ୍ଜବିହାରୀ ଦୋକାନକୁ ଯାଇଥିବା ବେଳେ, ଘର ଆଗେର ଗୀତାଞ୍ଜଳିଙ୍କୁ ଛୁରାମାଡ଼ କରି ଫେରାର ମାରିଥିଲା କାଳୁ।

Couple

ଯେଉଁଥିରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବଡ଼ ଗୁରୁତର ଥିବା କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଏକତରଫା ପ୍ରେମ ପାଇଁ ଏଭଳି ଘଟିଥିବା ପୋଲିସ ଜାଣିବାକୁ ପାଇଛି।

ଏ ନେଇ କ୍ୟାପିଟାଲ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଚଳାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।