ଦେଖନ୍ତୁ ଭିଡିଓ: ଫିଲ୍ମରେ ହିରୋଇନ୍ କରିଦେବାକୁ କହି ମତେ ଶାରୀରିକ ସମ୍ବନ୍ଧ ରଖିବାକୁ କହିଲେ, ଆଉ ଏବେ ମୁଁ...

 
Abhinetri

ଅଭିନେତ୍ରୀଙ୍କ ସହିତ ବଡ ଠକେଇ।ଫିଲ୍ମ ଦେବା ନାଁରେ ଡାକି ନେଲେ ବିହାର। ସେଠାରେ ଦେହ ବ୍ୟାପାର କରିବା ପାଇଁ କରିଥିଲେ ବାଧ୍ୟ। ଅଭିନେତ୍ରୀଙ୍କ ବାରମ୍ବାର ବିରୋଧ ସତ୍ତ୍ୱେ ବି ଦଲାଲ କିନ୍ତୁ ପିଛା ଛାଡ଼ି ନ ଥିଲେ। ବଲିଉଡରେ ପୁଣି ସାମ୍ନାକୁ ଆସିଲା କାଷ୍ଟିଂ କାଉଚ୍ ମାମଲା। ଅଭିନେତ୍ରୀଙ୍କର ଅଭିନୟ ପ୍ରତି ଥିବା ଦୁର୍ବଳତାର ଫାଇଦା ଉଠାଇବାକୁ ପ୍ରାଣ ପଣେ ଚେଷ୍ଟା କରିଥିଲେ ଦଲାଲ।

Abhinetri

ଅଭିନେତ୍ରୀ ଜଣକ ରାଜଧାନୀରେ ଏକ ଏଞ୍ଜିଓ ସଂସ୍ଥାରେ ଚାକିରୀ କରନ୍ତି।ହେଲେ ସେ ପିଲା ଦିନୁ ସ୍ଵପ୍ନ ଦେଖୁଥିଲେ ଏକ ଅଭିନେତ୍ରୀ ହେବା ପାଇଁ। ରାଜଧାନୀ ଆସିବା ପରେ ତାଙ୍କୁ ମିଳିଥିଲା କିଛି ମାଧ୍ୟମ। ଯାହାକୁ ନେଇ ସେ ଭାବୁଥିଲେ ତାଙ୍କର ପିଲା ଦିନର ସ୍ବପ୍ନ ସତ ହେବାକୁ ଯାଉଛି।ସେ ବି ଏବେ ସାମ୍ନାକୁ ଆସିବେ ବଡ ପରଦାରେ। ହେଲେ ତାଙ୍କ ସ୍ଵପ୍ନ ଯେ ଆକାଶ କଇଁଆ ଚିଲିକା ମାଛ ପରି ଥିଲା ସେ ଜାଣି ନ ଥିଲେ।
.
ଅଭିନେତ୍ରୀ ଜଣକ ପୂର୍ବରୁ ମଧ୍ୟ କିଛି ଆଲବମ୍ ଓ ସର୍ଟ ଫିଲ୍ମରେ କାମ କରିଛନ୍ତି। ଏଥି ମଧ୍ୟରେ ତାଙ୍କର ଭେଟ ହୋଇଥିଲା ଜଣେ ଦଲାଲ ସହିତ। ଦଲାଲ ଟି ଯାତ୍ରାପାଟି, ଟିଭି ସିରିଏଲ୍ ଆଦିକୁ ଛୋଟ ମୋଟ କଳାକାର ଯୋଗାଇ ଥାଏ। ଅଭିନେତ୍ରୀ ଜଣଙ୍କର ଏହି ଦଲାଲ ସହିତ ଗଢ଼ି ଉଠିଥିଲା ଏକ ବନ୍ଧୁତାପୂର୍ଣ୍ଣ ସମ୍ପର୍କ। ଦଲାଲଙ୍କ ହାତର କଣ୍ଢେଇ ପାଲଟି ଯାଇଥିଲେ ସେ ଯେପରି। ଦଲାଲ ଯାହା କହୁଥିଲା ସେ ତାକୁ ଅକ୍ଷର ଅକ୍ଷରେ ପାଳନ କରୁଥିଲେ। ଏଥି ମଧ୍ୟରେ ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଫିଲ୍ମରେ କାମ ଦେବା ନାଁରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ତାଙ୍କଠୁ ଲୁଟି ନେଇଥିଲା ଦଲାଲଟି।
.
ଅଭିନେତ୍ରୀଙ୍କୁ ଏକ ଭଲ ଫିଲ୍ମରେ ସୁଯୋଗ ଦେବା ନାଁରେ ଦଲାଲଟି ତାଙ୍କୁ ନେଇ ଯାଇଥିଲା ବିହାର। ସେଠାରେ ଅଭିନେତ୍ରୀ ଉପରେ ଖରାପ୍ ନଜର ପକେଇବା ସହିତ ତାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଇଥିଲା। ହେଲେ ଅଭିନେତ୍ରୀ ଜଣକ ନିଜ କୌଶଳ ବଳରେ ସେଠାରୁ ଖସି ଆସିଥିଲେ। ସେଠାରୁ ଆସିବା ପରେ ସେ ଦଲାଲ କୁ ଆଉ ଧରା ଛୁଆଁ ଦେଇ ନ ଥିଲେ।
ହେଲେ ଦଲାଲ ଜଣକ ପୁରା ପଡ଼ି ଯାଇଥିଲା ପଛରେ। ଅଭିନେତ୍ରୀ ଜଣଙ୍କୁ ବାର୍ ବାର୍ ଧମକାଉ ଥିଲେ ସେ। ଏପରି କି ତାଙ୍କ ଘରକୁ ଯାଇ ତାଙ୍କ ମାଆ ବାପାଙ୍କୁ ମଧ୍ୟ ଡରାଇଥିଲେ। ଘଟଣାଟି ଅତିଶୟ ହେବାରୁ ଅଭିନେତ୍ରୀ ଜଣକ ଏବେ ଆଇନର ଦ୍ବାରସ୍ଥ ହୋଇଛନ୍ତି। ତେବେ ଏବେ ଦେଖିବା ବାକି ରହିଲା ପୋଲିସ କିପରି ଏହାର ସମାଧାନ କରୁଛି।