କାଶ୍ମୀରରେ ରହି ଫେସବୁକରେ ଯାଜପୁର ଝିଅକୁ ଏମିତି ପ୍ରେମ କରି ବାହା ହୋଇଥିଲା ଆତଙ୍କବାଦୀ ବୁଖାରୀ, ଜାଣନ୍ତୁ ପୁରା ଖବର

 
Atankwadi

ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କୀ। କ୍ରାଇମବ୍ରାଞ୍ଚ ଏସଟିଏଫ କବ୍‌ଜାରେ ଶନିବାର ଧରା ପଡିଛି କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ। ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ ଗିରଫ କରିଛି। ଗତ ଶନିବର କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ଓଡ଼ିଶାରୁ କାଶ୍ମୀର ଆତଙ୍କବାଦୀ ନିକଟରେ ଆମେରିକା, କାନାଡା ମେଡିକାଲ କଲେଜର ନକଲି ସାର୍ଟିଫିକେଟ ଜବତ କରାଯାଇଥିଲା ।

Atankwadi

ତେବେ ଇସାନ ବୁଖାରିଙ୍କୁ ନେଇ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଗ୍ରାମର ସାଇନା ପରବିନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କ ବିବାହ ବିଚ୍ଛେଦ ପରେ ସେ ସୋସିଆଲ ମିଡ଼ିଆରେ କାଶ୍ମୀରର ଯୁବକ ଇସାନ ବୁଖାରିଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ସାଇନା ପରବିନ ତାଙ୍କୁ ବିବାହ କରିଥିଲେ । ସେ ସ୍ଥାନୀୟ ମିଲତନଗରରେ ଭଡା ନେଇ ରହି ଆସୁଥିଲେ । 

୨୦୧୮ ମସିହାରୁ ସେ ବିବାହ କରିଥିଲେ । ସେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା କହିଥିଲେ । ସେ କିଛି ମାସ ପରେ ମାତ୍ର ୧୦ ଦିନ ପାଇଁ ଏଠାକୁ ଆସୁଥିଲେ । ପରେ ଚାଲି ଯାଉଥିଲେ । ସେ କାହା ସହ ଏତେ ମିଳାମିଶା କରୁନଥିଲେ, ଘରେ ରହିଥିଲେ । ଯୁବତୀଙ୍କ ପରିବାର ଲୋକଙ୍କ କହିବା କଥା ହେଲା ଯୁବତୀଙ୍କ ବାପଘର ପରିବାର ଲୋକଙ୍କ ସହ ସମ୍ପର୍କ ନଥିଲା । ସେ ସେଠାରେ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ାଇବା ସହ ଭଡାରେ ରହି ଆସୁଥିଲେ ।

Bukhari

ସୟଦ ଈଶାନ ବୁଖାରୀ ହ୍ବାଟ୍ସଆପ୍‌ରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା 'ଆଇଏସ୍‌ଆଇ' ସହ ସମ୍ପର୍କ ବିଷୟରେ ଜଣାପଡିଛି। ହ୍ବାଟ୍ସଆପ୍‌ରେ ସେ 'ଆଇଏସ୍‌ଆଇ' ଏଜେଣ୍ଟ ମାନଙ୍କ ସହ କଥା ହୋଇଥିବା ଜାଣିପାରିଛି କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍। ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍ ଏସ୍‌ପି କିଶୋର ପାଣିଗ୍ରାହୀ କହିଛନ୍ତି ଗିରଫ ହୋଇଥିବା ବୁଖାରି ଜୁଡିସିଆଲ କଷ୍ଟଡିରେ ଅଛି। ତାକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ଏସ୍‌ଟିଏଫ୍ ।

ବୁଖାରୀ ମୋବାଇଲରୁ ପାକିସ୍ତାନ ନମ୍ବର ମିଳିଛି। ବୁଖାରୀର ସିଡିଆର୍‌ ଆନାଲିସିସ୍ ପାଇଁ ଲେଖିଛୁ। ବୁଖାରୀର ଆତଙ୍କୀ ଲିଙ୍କ୍ ନେଇ ସନ୍ଦେହ ହେବାରୁ NIA ସହ ଯୋଗାଯୋଗରେ ଅଛୁ। ସୟଦ ଈଶାନ ବୁଖାରୀର ୬ ଟି ବ୍ୟାଙ୍କ ଆକାଉଣ୍ଟ ବର୍ତ୍ତମାନ ସୁଦ୍ଧା ମିଳିଛି।