କରମଣ୍ଡଳ ଭୟଙ୍କର ଦୁର୍ଘଟଣା ବେଳେ ବଗି ଜଣେ କରୁଥିଲେ ଭିଡ଼ିଓ, ଭାଇରାଲ୍ ହେଲା ଏହି ଛାତି ଥରା ଭିଡ଼ିଓ

 
train

ଜଣେ ଯାତ୍ରୀ ଭୟଙ୍କର କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାବେଳେ ଟ୍ରେନ ଭିତରେ ଭିଡ଼ିଓ କରୁଥିଲେ । ଏହି ଭିଡ଼ିଓ ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହେଉଛି । ଦେଖିଲେ ଲାଗୁଛି ଏହା ଟ୍ରେନ ର ଏକ ସ୍ଲିପର କ୍ଲାସ୍ ର ବଗି । ସେଠାରେ ସଫେଇ କର୍ମଚାରୀ ବଗି କୁ କ୍ଲିନ କରିବାର ଭିଡ଼ିଓ ରେ ଦେଖା ଯାଉଛି । 

train

ସେ ଭିତରେ ହଠାତ୍ ହେଲା ବୋମା ଫୁଟିଲା ଭଳି ପ୍ରଚଣ୍ଡ ଶବ୍ଦ, ବଗି ହୋଇଗଲା ଅନ୍ଧାର, ଶୁଭିଲା ଚିତ୍କାର । କାହାକୁ କିଛି ବି ବୁଝା ପଡିଲା ନାହିଁ । ଭିଡ଼ିଓଟି ସତରେ କରମଣ୍ଡଳ ଟ୍ରେନ୍ ଟ୍ରାଜେଡି ବେଳର କି ନୁହେଁତାହା ସ୍ପଷ୍ଟ ହୋଇନଥିଲେ ବି ଦୃତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।

ବିରୋଧୀ ଦଳ ବିଜେପି କୁ ଟାର୍ଗେଟ କରି ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଖ୍ୟା ବହୁତ ଅଧିକ ବୋଲି ଅଭିଯୋଗ କରିଛନ୍ତି । ରାଜସ୍ୱ ମନ୍ତ୍ରୀ କିନ୍ତୁ କହିଛନ୍ତି ମୃତ୍ୟୁ ସଂଖ୍ୟା ରେ କୌଣସି ମିଛ କଥା କୁହାଯାଇ ନାହିଁ ।

ଦେଖନ୍ତୁ ଭିଡ଼ିଓ: