ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଭାଇ ଭଉଣୀ, ଏପଟେ କାନ୍ଦୁଛନ୍ତି ବାପାମାଆ, ଜାଣନ୍ତୁ ପୁରା ଘଟଣା

 
Bhai bhauni

ବାପା ମାଆଙ୍କ ଆଖି ଆଗରେ ଚାଲି ଗଲେ ଦୁଇ କୁନି ଛୁଆ ! ଦୁନିଆକୁ ଭଲରେ ଜାଣିବା ତ ଦୂରର କଥା ଭଲରେ ଦେଖିବା ପୂର୍ବରୁ ଦୁହେଁ ଦୁନିଆ ଛାଡି ଚାଲି ଯାଇଛନ୍ତି । ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ଦୁହେଁ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ । ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଜାମପଦର ଗ୍ରାମରେ ଘଟିଛି ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ।

Ay

ତେବେ ଘଟଣା ଅନୁସାରେ, କୁନି ଛୁଆ ଦୁଇ ଜଣ ରାତିରେ ଏକ କୋଠରୀରେ ଶୋଇଥିଲେ । କିନ୍ତୁ ସକାଳୁ ସମସ୍ତେ ଉଠିବା ବେଳକୁ ଶିଶୁ ଦୁହିଁଙ୍କୁ ମୃତ ଅବସ୍ଥାରେ ପାଇଥିଲେ ।

ସେମାନଙ୍କ କୋଠରୀରୁ ଏକ ସାପ ମଧ୍ୟ ପାଇଥିଲେ । ମୃତ୍ୟୁ ପଛର ପ୍ରକୃତ ଘଟଣା ଜଣା ପଡ଼ିନଥିଲେ ମଧ୍ୟ ସାପଟିକୁ ଦେଖି ଅନୁମାନ କରା ଯାଉଛି କି ଏହି ସାପ ବୋଧ ହୁଏ ଦୁହିଁଙ୍କ ମୃତ୍ୟୁର କାରଣ ହୋଇ ଥାଇପାରେ । 

ତେବେ ମୃତ ଶିଶୁ ଦୁହିଁଙ୍କ ମଧ୍ୟରୁ ଜଣେ ପୁଅ ଥିବା ବେଳେ ଆଉ ଜଣେ ଝିଅ ଥିଲେ । ପୁଅଟିର ବୟସ ମାତ୍ର ୯ ବର୍ଷ ହୋଇଥିବା ବେଳେ ଝିଅଟିର ବୟସ ମାତ୍ର ୬ ବର୍ଷ ଅଟେ ।