ଭାରତୀୟ ନ୍ୟାୟ ସଂହିତାରେ ଆସିଲା ନୂଆ ନିୟମ, ଏବେ ଦୁଷ୍କର୍ମ କଲେ ପାଇଁ ମିଳିବ ମୃତ୍ୟୁଦଣ୍ଡ! ଜାଣନ୍ତୁ ପୁରା ଖବର

 
New court rule

ସ୍ୱାଧିନତାକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ଭାରତରେ ଅନେକ ବ୍ରିଟିଶ ଆଇନ ଲାଗୁରହିଛି। ଯାହାକୁ ପରିବର୍ତ୍ତନ କରି ସେହି ସ୍ଥାନରେ ନୂତନ ଆଇନ ପ୍ରଣୟନ କରିବାପାଇଁ ପ୍ରସ୍ତାବ ଦେଇଛି କେନ୍ଦ୍ର।ତେବେ ଆସନ୍ତୁ ଜାଣିବା କେଉଁ ନିୟମରେ ହେବ ପରିବର୍ତ୍ତନ।

୭୭ତମ ସ୍ବାଧିନତା ଦିବସ ପାଳନ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଲୋକସଭାରେ ୩ ଆଇନରେ ପରିବର୍ତ୍ତନ କରାଯାଇଛି ବୋଲି ଘୋଷଣା କରିଛନ୍ତି। ତାହା ହେଉଛି -

gg

(୧)ଇଣ୍ଡିଆନ ପିନାଲ କୋଡ ବା ଭାରତୀୟ ନ୍ୟାୟ ସଂହିତା ୨୦୨୩

(୨)CRPC ବା ଭାରତୀୟ ନାଗରିକ ସୁରକ୍ଷା ସଂହିତା

(୩)ଇଣ୍ଡିଆନ ଏଭିଡେନ୍ସ  ଆକ୍ଟ ବା ଭାରତୀୟ ସାକ୍ଷ ଅଧିନିୟମ 

କେବଳ ଏତିକି ନୁହେଁ,ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅପରାଧ ପାଇଁ ମଧ୍ୟ ଦଣ୍ଡରେ ପରିବର୍ତ୍ତନ କରାଯାଇଛି।ଆଇନ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ଦେଶରୁ ଦଶଟି ଚିହ୍ନ ମିଟାଇବା। ପରିବର୍ତ୍ତନ ସମୟର ଆବଶ୍ୟକତା ଅନୁସାରେ ଆଇନ ପ୍ରଣୟନ କରିବା।

ସମୟ ବଦଳୁଛି,ଏଥି ମଧ୍ୟରେ ସ୍ଵାଧୀନତାକୁ ବିତି ଯାଇଛି ଅନେକ ବର୍ଷ।ଲୋକେ ଏବେ ଆଶା କରୁଛନ୍ତି ପରିବର୍ତ୍ତନ ଓ ସମାନ ନ୍ୟାୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ରହିବ ସମାନ ଆଇନ।
ଚାଲନ୍ତୁ ଜାଣିବା ଭାରତୀୟ ଅପରାଧିକ ଆଇନରେ କଣ ସବୁ ବଡ଼ ପରିବର୍ତ୍ତନ ହେବ।

Law

  • ନୂତନ ସିଆର ପିସି ରେ ପୂର୍ବରୁ ଥିବା ୫୫୧ଧାରାକୁ ୩୫୬ଧାରାରେ ପରିବର୍ତ୍ତନ କରାଯିବ।
  • ୭ ବର୍ଷରୁ ଅଧିକ ବର୍ଷ ଦଣ୍ଡ ଥିବା ମାମଲାରେ ଫରେନ୍ସିକ ଟିମ୍ ଦ୍ଵାରା ପ୍ରମାଣ ସଂଗ୍ରହ କରାଯିବ ।
  • ଦେଶ ଛାଡି ପଳାଉ ଥିବା ଅପରାଧୀଙ୍କୁ ଆଇନ ଗତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଦୋଷୀ ସାବ୍ୟସ୍ତ କରାଯିବ ।
  • ପ୍ରମାଣ ପତ୍ର ଯାଞ୍ଚ କରାଯିବ ସମୟରେ ଭିଡିଓ ରେକର୍ଡ କରାଯିବ ବାଧ୍ୟତାମୂଳକ।
  • ଅପରାଧ ଯେ କୌଣସି ସ୍ଥାନରେ ହୋଇଥିଲେ ମଧ୍ୟ ଦେଶର ଯେ କୌଣସି ସ୍ଥାନରେ ପଞ୍ଜୀକୃତ ହୋଇପାରିବ।
  • ନବେ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାକୁ ପଡ଼ିବ ଏବଂ ୧୮୦ଦିନ ମଧ୍ୟରେ ତଦନ୍ତ ଶେଷ ହେବ।
  • ଯେଉଁମାନେ ଲାଭ ଜିହାଦି କାର୍ଯ୍ୟରେ ସାମିଲ ହୋଇ ଯୌନ ଶୋଧନ କରନ୍ତି ସେମାନଙ୍କ ପାଇଁ ବିଶେଷ ଦଣ୍ଡର ବ୍ୟବସ୍ଥା କରାଯିବ ।
  • ନାବାଳିକା ଗଣଦୁଷ୍କର୍ମ ମୃତ୍ୟୁଦଣ୍ଡ ଦିଆଯିବ।
  • ଶିଶୁ ଓ ମହିଳାଙ୍କ ଅପରାଧ ସମ୍ପର୍କରେ ୧୦ବର୍ଷ ପର୍ଯ୍ୟନ୍ତ ଦଣ୍ଡ ରହିବ।
  • ୨୦୨୭ମସିହା ପୁର୍ବରୁ ଦେଶର ସମସ୍ତ କୋଡ ଡିଜିଟାଲ ହେବ
  • କାହାକୁ ଗିରଫ କରାଗଲା ସର୍ବ ପ୍ରଥମେ ତା ପରିବାରକୁ ସୂଚନା ଦିଆଯିବ।