ଗାର୍ଲଫ୍ରେଣ୍ଡ ମାନଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଛନ୍ତି ବୟଫ୍ରେଣ୍ଡମାନେ, ବୟଫ୍ରେଣ୍ଡ କେତେ ବିଶ୍ୱସ୍ତ ଜାଣନ୍ତୁ ପୁରା ଖବର
କ୍ୟାଫେରେ ବୟଫ୍ରେଣ୍ଡ ସହିତ ଜନ୍ମଦିନ ପାଳନ କଲେ ଯୁବତୀ। ହେଲେ ଏହାରି ଭିତରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରିଥିଲା ବୟଫ୍ରେଣ୍ଡ। ଆଉ ଏହି ଭିଡିଓ ବନେଇବାରେ ସହଯୋଗ କରିଥିଲେ କ୍ୟାଫେ ଚଳାଉଥିବା ଯୁବକ। ଏହି ଭିଡ଼ିଓ ଦେଖାଇ ଯୁବତୀଙ୍କୁ କରିଥିଲେ ବ୍ଲାକମେଲ। ଏହି ଘଟଣାଟି ଘଟିଥିଲା ଦଶହରା ସମୟରେ। ଏହାପରଠୁ ବାରମ୍ଵାର ବାରମ୍ଵାର ବ୍ଲାକମେଲ କରି ଯୁବତୀଙ୍କର ଦୁର୍ବଳତା ଫାଇଦା ନେଇଥିଲେ ଯୁବତୀ।
ସେତିକିରେ ମନ ବୁଝିନଥିଲା ଯେ କ୍ୟାଫେ ମାଲିକ ଓ ବୟଫ୍ରେଣ୍ଡ ଯୁବତୀଙ୍କୁ ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। କଟକରେ ଘଟିଛି ଏଭଳି ଲଜ୍ୟାଜନକ ଘଟଣା। ଏନେଇ କଟକ ତ୍ରିଶୁଳୀଆ ଏବଂ ପୁରୀଘାଟ ଥାନା ନିକଟ ଏକ କ୍ୟାଫେରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହେଇଥିଲା।
ଏହି ମାମଲାରେ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ କରାଯାଇଥିବା ଯୁବକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପି ସୂଚନା ଦେଇଛନ୍ତି। ୬ ଜଣଙ୍କ ମୋବାଇଲ ସିଜ୍ ହେଇଛି ଏବଂ ସମସ୍ତ ଭିଡିଓ ଯାଞ୍ଚ ଚାଲିଛି।
ଖାଲି କଟକ ନୁହେଁ ରାଜଧାନୀ ଭୁବନେଶ୍ୱରରୁ ବି ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଆଉ ଏକ ଖବର ଵିଵାହ କରିବାକୁ ପ୍ରତିଶ୍ରୁତି ଦେଇ ସମସ୍ତ ଫାଇଦା ଉଠାଇ ଥିଲେ। ହେଲେ ସେତିକିରେ ମନ ବୁଝିଲାନି ଯେ ଶେଷରେ ଗଣଦୁଷ୍କର୍ମ କରିଥିଲେ। ଏହି ଅଭିଯୋଗରେ ଜଣେ ଆଇଟି ଇଂଜିନିୟର ଗିରଫ ହେଇଛନ୍ତି। ସହକର୍ମୀଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ। ସହକର୍ମୀ ଭାବେ କାମ କରୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ନେଇ ଗତ ଜୁନ ମାସରେ ବରଗଡ଼ ଥାନାରେ ଅଭିଯୋଗ ହେଇଥିଲା।
ଘଟଣା ପରଠୁ ଫେରାରଥିଲା ଅଭିଯୁକ୍ତ ସୁବାଷ ନାୟକ। ତେବେ ୫ ମାସ ପରେ ଅଭିଯୁକ୍ତ ଜଣଙ୍କ ଭୁବନେଶ୍ୱର କୋର୍ଟରେ ନିଜ ଭୁଲ ଆତ୍ମସମର୍ପଣ କରିବା ପରେ ଗିରଫ କଲା ପୋଲିସ। ଅଭିଯୁକ୍ତର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଉଭୟ ଘଟଣାରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ତେବେ ଏଭଳି ସ୍ଥିତିର ସମ୍ମୁଖିନ ହେଲେ ନଡରିବାକୁ ପରାମର୍ଶ ଦେଇଛି ପୋଲିସ। ଘଟଣା ସଂପର୍କରେ ପୋଲିସକୁ ଜଣାଇବା ପାଇଁ କୁହାଯାଇଛି।