​​​​ଖାଇବା ବାହାନାରେ ପ୍ରେମିକାକୁ ବରୁଣେଇ ଡାକିଲା ପ୍ରେମିକ, ତାପରେ କରିଦେଲା ଏମିତି ଅବସ୍ଥା, ଜାଣନ୍ତୁ ପୁରା ଘଟଣା

 
Chura mada
ଏ ପ୍ରେମ ନା ହିଂସା ! ବର୍ତ୍ତମାନ ସମୟରେ ପ୍ରେମକୁ ନେଇ ଏପରି ଜଘର୍ଣ୍ୟ ଅପରାଧ ଆଖି ସାମ୍ନାକୁ ଆସୁଛି ଯାହା ସବୁ ଶୁଣିବା ପରେ ବୋଧ ହୁଏ ଆପଣ ବି କହିବେ ଏଗୁଡ଼ା ସବୁ ପ୍ରେମିକ ନା ଜେଲ୍ ରୁ ମୁକୁଳି ଥିବା କୟେଦି । ତେବେ ଠିକ୍ ଏହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ଯେଉଁଠାରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ନିର୍ମମ ଭାବେ ଆକ୍ରମଣ କରିଛି । 

ତ୍

ଭାଗ୍ୟ ତ ଭଲ ଥିଲା ଯୁବତୀ ଜଣକ ବଞ୍ଚି ଯାଇଛନ୍ତି । ଯୁବତୀ ଜଣଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ହେଲେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏଏମ୍ ସି କୁ ସ୍ଥାନାନ୍ତରିତ କରା ଯାଇଛି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯାଜପୁର ଜିଲ୍ଲାର ଜଣେ ଯୁବତୀ ଖୋର୍ଦ୍ଧାରେ ଏକ ଗାଡ଼ି ଶୋ ରୁମ୍ ରେ କାମ କରୁଥିଲେ । ଗତ କାଲି ସେ ଶୋ ରୁମ୍ ର ଡିୟୁଟି ସାରି ଅପରାହ୍ନରେ ମଧ୍ୟାହ୍ନ ଭୋଜନ ପାଇଁ ଶୋ ରୁମ୍ ରୁ ବାହାରକୁ ଯାଇଥିଲେ । ଏହି ସମୟରେ ଶୋ ରୁମ୍ ବାହାରେ ଜଗି ରହିଥିଲା ଜଣେ ଯୁବକ । ଯୁବକ ଜଣକ ଯୁବତୀଙ୍କୁ ଡାକି ନେଇ ଯାଇଥିଲେ ବରୁଣେଇ ଆଡ଼କୁ । 

Premika

ସୂଚନା ଅନୁସାରେ ସେଠାରେ ଦୁହିଁଙ୍କ ମଧ୍ୟରେ କୌଣସି ଘଟଣା ପାଇଁ ଯୁକ୍ତି ତର୍କ ହୋଇଥିଲା । ଯେଉଁଥିରେ ଯୁବକ ବା ପ୍ରେମିକ ଜଣକ ରାଗି ଯାଇ ପ୍ରେମିକା ଉପରକୁ ଆକ୍ରମଣ କରିଥିଲା । ପ୍ରେମିକ ଜଣକ ପ୍ରାୟ ୧୦ ଥର ଛୁରା ମାଡ କରିଥିଲା ଯୁବତୀ ଜଣଙ୍କୁ । ସେଠାରେ ଯୁବତୀ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡି ଦେଇ ଫେରାର ହୋଇ ଯାଇଥିଲା ଯୁବକ ଜଣକ । 

କିଛି ଲୋକ ଯୁବତୀ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ପୋଲିସ୍ ଦୁର୍ବୃତ୍ତ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି । ପ୍ରେମିକା ଜଣକର ଚେତା ଫେରିଲେ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ପୋଲିସ୍ ବୟାନ୍ ଦେଇଛି ।