ଶାରୀରିକ ସୁଖ ଦେବା ପାଇଁ ମନା କରିବାରୁ ଯୁବତୀଙ୍କ ବେଷ୍ଟଫ୍ରେଣ୍ଡ୍ ଏବଂ ଏକ୍ସ ବୟଫ୍ରେଣ୍ଡ୍ ମିଶି କରିଦେଲେ ଖେଳ

 
jubati boy friend

ଭୁବନେଶ୍ବର ତମାଣ୍ଡୋ ଥାନାରେ ପହଞ୍ଚିଲା ପୁଣି ଏକ ଯୁବତୀଙ୍କ ସହ ଶୋଷଣ ହୋଇଥିବା ମାମଲା । ପୀଡ଼ିତା ଯୁବତୀଙ୍କ କହିବା ଅନୁଯାୟୀ ତାଙ୍କର ବେଷ୍ଟଫ୍ରେଣ୍ଡ୍ ଆଉ ଏକ୍ସ ବୟଫ୍ରେଣ୍ଡ୍ ମିଶି ଏମିତି କିଛି କଲେ ଯାହାକୁ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର ।

ବେଷ୍ଟଫ୍ରେଣ୍ଡ୍ ଆଉ ଏକ୍ସ ବୟଫ୍ରେଣ୍ଡ୍ ଯୁବତୀଙ୍କ ଫେକ୍ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରୁଛନ୍ତି ।  ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଯୁବତୀ ।

Committed Crimes Against Women? Indore Will Cancel Driver's Licence

ସୂଚନା ମୁତାବକ ଯୁବତୀ ଜଣକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବତୀ ଜଣକ ଅଭିଯୋଗ କରିଛନ୍ତି କି ସେହି ଯୁବକ ଜଣକ ଶାରୀରିକ ସଂପର୍କ ରଖିବା ପାଇଁ ସବୁବେଳେ ବାଧ୍ୟ କରୁଥିଲେ ।

ହେଲେ ଯୁବତୀ ଜଣକ ଶାରୀରିକ ସଂପର୍କ ରଖିବେ ନାହିଁ ବୋଲି ସିଧା ସିଧା ମନା କରିଦେଲେ । ଏହାପରେ ସେହି ଯୁବକ ଜଣକ ଧମକ ଦେବା ଆରମ୍ଭ କରିଦେଲେ । ତାପରେ ଯୁବତୀ ଜଣକ ଭୟଭୀତ ହୋଇ ଭୁବନେଶ୍ୱର ତମାଣ୍ଡୋ ଥାନାର ଦ୍ବାରସ୍ଥ ହେଇଥିଲେ ।