ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଅନ୍ଧାର ରାତିରେ ରାସ୍ତା ଉପରେ ବାଡ଼ିଆପିଟା, ପ୍ରେମିକକୁ ଠୋ‌ ଠୋ ପିଟିଲେ ପ୍ରେମିକା, ଆଉ ତାପରେ...

 
Bhubaneswar

ସମୟ ରାତି ପ୍ରାୟ ୯ଟା ହେବ। ସ୍ଥାନ ଉତ୍କଳ ହସ୍ପିଟାଲଠାରୁ ଜାଭିୟର୍‌ ଛକକୁ ସଂଯୋଗ କରୁଥିବା ୨୦୦ ଫୁଟିଆ। ରାତି ହୋଇ ଆସୁଥିବା ବେଳେ ଏହି ରାସ୍ତା ଉପରେ ସେତେ ଗହଳି ନଥାଏ। ରାସ୍ତା କଡରେ ପ୍ରେମୀଯୁଗଳଙ୍କ ଆସର ଜମିଥିବା ବେଳେ ହଠାତ ଜଣେ ଯୁବତୀଙ୍କ ଚିତ୍କାର ଶୁଣିବାକୁ ମିଳେ। ସମସ୍ତେ ଚମକି ପଡ଼ନ୍ତି।

Cspur road

ପ୍ରକୃତରେ ରାସ୍ତା କଡ଼ରେ ପ୍ରେମୀ ଯୁଗଳଙ୍କ ଆସର ଚାଲିଥିବା ବେଳେ ହଠାତ କୌଣସି କଥାକୁ ନେଇ ବଚସା ଆରମ୍ଭ ହୋଇଯାଏ। ଜଣେ ଯୁବତୀ ଅଭଦ୍ର ଭାଷାରେ ଗାଳି କରିବା ସହିତ ପ୍ରେମିକ ଗାଲକୁ ଠୋ ଠୋ କରି ଚାପୁଡ଼ା ମାରି ଚାଲିଥିବା ଦେଖିବାକୁ ମିଳେ। ସେହି ରାସ୍ତା ଦେଇ କିଛି ଲୋକେ ଅଟକି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଯୁବତୀ ଜଣକ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ।

Police station

ଶେଷରେ କିଛି ଲୋକେ ପୋଲିସକୁ ଖବର ଦେବାରୁ ଯୁବତୀ ଏବଂ ଯୁବକ ଜଣକ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହି ସ୍ଥାନରେ ଏହା କିଛି ନୂଆ କଥା ନୁହେଁ। ଦୀର୍ଘଦିନ ଧରି ରାସ୍ତା କାମ ସରିଥିଲେ ହେଁ ଏପର୍ଯ୍ୟନ୍ତ ଏଠାରେ ଷ୍ଟ୍ରିଟ୍ ଲାଇଟ ଲାଗିପରି ନାହିଁ। ଯେଉଁଥିପାଇଁ ସଡ଼କ ଦୁର୍ଘଟଣା ହେବା ସହିତ ରାତି ହେଲେ ଅସାମାଜିକଙ୍କ ଭିଡ଼ ଜମୁଛି। ଏପରିକି ଏହି ରାସ୍ତାରେ ପିସିଆର୍ ପାଟ୍ରୋଲିଂ କରୁନଥିବା ମଧ୍ୟ କୁହାଯାଉଛି।