ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର: ବିଏମସି ନେଲା ଏହି ବଡ଼ ପଦକ୍ଷେପ ଫାଇଦା ହେବ ପ୍ରେମୀ ଯୁଗଳଙ୍କ, ଜାଣନ୍ତୁ ପୂରା ଖବର

 
Park

ରାଜଧାନୀରେ ସଞ୍ଜ ନଇଁଲେ ଲୋକେ ହୁଅନ୍ତି ପାର୍କ ମୁହାଁ। ଦିନସାରାର ଥକାକୁ ମେଣ୍ଟାଇବା ପାଇଁ ରାଜଧାନୀ ବାସୀ ସାଧାରଣତଃ ପାର୍କ ଯିବାକୁ ପସନ୍ଦ କରିଥାନ୍ତି। ଖାସ୍ କରି ସାଙ୍ଗ ହୋଇ କିଛି ସମୟ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ପାଇଁ ପ୍ରେମୀଯୁଗଳମାନଙ୍କ ପାଇଁ ପାର୍କ ଠାରୁ ଭଲ ସ୍ଥାନ କିଛି ନ ହୋଇପାରେ। ତେବେ, ଏମାନଙ୍କ ପାଇଁ ବିଏମସି ଆଣିଦେଇଛି ଏକ ବଡ଼ ଖୁସି ଖବର। 

Park

ଖବର ଅନୁଯାଇ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧ ଏକରରୁ କମ୍ କ୍ଷେତ୍ର ଥିବା ସମସ୍ତ ପାର୍କଗୁଡିକ ମଧ୍ୟ  ବିଏମସି ଦ୍ୱାରା ଯତ୍ନ ନିଆଯିବ। ଯାହାଫଳରେ ରାଜଧାନୀରେ ଥିବା ଆଉ ୬ଟି ନୂଆ ପାର୍କ ବିଏମସିର ପାର୍କ ସମୂହରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ବିଏମସି ଅଧୀନରେ ୬୨ଟି ପାର୍କ ଥିବାବେଳେ ଏବେ ଆହୁରି ୯ଟି ନୂଆ ପାର୍କ ଯୋଡ଼ି ହେବାପରେ ଏହି ସଂଖ୍ୟା ୭୧ରେ ପହଞ୍ଚି ଯାଇଛି।

BMC

ଏହି ୯ଟି ନୂତନ ପାର୍କ ଗୁଡିକୁ କମ୍ୟୁନିଟି ପରିଚାଳନା ପାର୍କ କରିବାକୁ ଚେଷ୍ଟା କରାଯାଉଥିବା ନେଇ ପରିବେଶ ଅଧିକାରୀ ବସନ୍ତ କୁମାର ମଲ୍ଲିକ ଏବଂ ଉଦ୍ୟାନ କୃଷକ ଗିରିଜା ଭୂସଣ ଶତପାଥୀ କହିଛନ୍ତି। ଏହି ପାର୍କ ଗୁଡିକୁ ୨୨ଟି ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ୧୮ଟି ସ୍ଥାନୀୟ ଗୋଷ୍ଠୀର ସହଭାଗିତାରେ ପରିଚାଳନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।