ଶାସନକୁ ଆସୁଆସୁ ବିଜେପିର ବଡ଼ ଆକ୍ସନ, ଓଡ଼ିଶାରେ ବନ୍ଦ ହେବ BSKY ଯୋଜନା, ଆଉ ମିଳିବନି ମାଗଣା ଚିକିତ୍ସା, ଜାଣନ୍ତୁ ପୁରା ଖବର

 
Bsky card

ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜର ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିକୁ ନେଇ ଓଡ଼ିଶାବାସୀଙ୍କ ପ୍ରିୟ ପାଲଟିଥିବା ନବୀନ ପଟ୍ଟନାୟକ ଶେଷରେ ପରାଜିତ ହୋଇ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ ବିଜେଡି ପରାଜୟର କାରଣ ଖୋଜୁଥିବା ବେଳେ ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମରେ ଦେଇଛନ୍ତି ବଡ଼ ପ୍ରତିକ୍ରିୟା।

Bsky

ବିଜେଡି ସରକାର ସମୟରେ ଲାଗୁ କରାଯାଇଥିବା ବିଏସ୍‌କେଓ୍ବାଇ ଯୋଜନାକୁ ନେଇ ଦେଇଛନ୍ତି ବଡ଼ ପ୍ରତିକ୍ରିୟା। ମନମୋହନ ସାମଲ କହିଛନ୍ତି,‌ ରାଜ୍ଯରେ ବନ୍ଦ ହେବ ବିଏସକେୱାଇ। ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। BSKYରେ ଭଲ ସୁବିଧା ମିଳୁନଥିଲା। ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମିଳିବ। ଏହାସହ ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶୃତି ଦେଇଥିଲା ତାହା ସବୁ କାର୍ଯ୍ୟକାରୀ କରାଯିବ।

ତେବେ ଏହାପରେ ଚିନ୍ତାରେ ପଡିଯାଇଛନ୍ତି ବିଏସକେୱାଇ କାର୍ଡଧାରୀ। କାରଣ ଖବର ମିଳିଛି ଏହି କାର୍ଡଧାରୀ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି କିଛି ଘରୋଇ ହସ୍ପିଟାଲ। ଫଳରେ ରୋଗୀ ଘରୋଇ ହସ୍ପିଟାଲ ଯାଉଛନ୍ତି କିମ୍ବା ଚିକିତ୍ସା ନ ପାଇ ନିରାଶ ହୋଇ ଘରକୁ ଫେରୁଛନ୍ତି। ବିଜେପିର ଏପରି ଘୋଷଣା ପରେ ବିଏସକେୱାଇ କାର୍ଡରେ ଚିକିତ୍ସା ଟଙ୍କା ମିଳିବ କି ନା ସେ ନେଇ ସମସ୍ତେ ସନ୍ଦେହରେ ପଡିଯାଇଛନ୍ତି।

Bjp

ରାଜ୍ୟରେ ବିଜେଡି ସରକାର ଆର୍ଥିକ ଦୂର୍ବଳ ପରିବାରକୁ ଆକସ୍ମିକ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ ଲାଗି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ। ଏହି ସ୍ୱାସ୍ଥ୍ୟ ସେବା ଯୋଜନାରେ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସହିତ ତାଲିକାଭୁକ୍ତ ହୋଇଥିବା ଘରୋଇ ଡାକ୍ତରଖାନାରେ ବିଏସକେୱାଇ କାର୍ଡ ଜରିଆରେ ଆର୍ଥିକ ଦୂର୍ବଳ ଶ୍ରେଣୀର ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କ ଲାଗି ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।