ଦେଖନ୍ତୁ ଭିଡିଓ: କଥାରେ କଥାରେ ପାଣ୍ଡିଆନଙ୍କୁ ପୁରା ଧୋଇଦେଲେ ହରି ମହାପାତ୍ର, କହିଲେ ଏମିତି କିଛି ଲୋକେ ଶୁଣି କାବା

 
Hari Mohapatra

ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ରାଜ୍ୟର ରାଜନୀତି। ଉଭୟ ଦଳରେ ଚାଲିଛି ମିଶ୍ରଣ ପର୍ବ। ଟିକେଟ ଆଶାରେ ଉଭୟ ଦଳରୁ ଉଭୟ ଦଳକୁ ଡିଆଁ ମାରୁଛନ୍ତି ଟିକେଟ୍ ନମିଳୁଥିବା ନେତା। ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଶରତ ପୂଜାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାନ୍ତ ନନ୍ଦ, ସ୍ବର୍ଗତ ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ମୁନ୍ନା ଖାଁ, ଶ୍ରୀତମ ଦାସ, ହରି ମହାପାତ୍ର, ପପୁ ପମ୍‌ପମ୍‌, ଅନୁ ଚୌଧୁରୀ, ପିଙ୍କି ପ୍ରଧାନଙ୍କ ପର୍ଯ୍ୟନ୍ତ ଅନେକ ତାରକା ଅଭିନୟରୁ ରାଜନୀତିକୁ ଆସିଛନ୍ତି।

Harihar mohapatra

ଅପରାଜିତା ମହାନ୍ତି, ମହେଶ୍ବତା ରାୟ, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ହରିହର ମହାପାତ୍ର ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଭୋଟ୍‌ ରାଜନୀତିରେ ସେମାନଙ୍କ ଗୁରୁତ୍ବ ଏ ଯାଏ ଆସିନି। ତେବେ ଏହାରି ଭିତରେ ବିଜେଡ଼ି ଉପରେ ବର୍ଷିଛନ୍ତି କମେଡିଆନ୍ ହରି ମହାପାତ୍ର। ସେ ଭିକେ ପାଣ୍ଡିଆନଙ୍କୁ କଟାକ୍ଷ କରି ଅନେକ କଥା କହିଛନ୍ତି। କଥାରେ‌ କଥାରେ ସରକାରଙ୍କୁ ଧୋଇଲେ ହାସ୍ୟ ଜଗତର ସୁପରଷ୍ଟାର ହରି। ଏ ନିର୍ବାଚନ ଦୌଡ଼ରେ ଏଥର ହରି ଙ୍କ ଭୂମିକା ବି କିଛି କମ୍ ନାହିଁ । ନିର୍ବାଚନରେ ଏଥର ହରିଙ୍କର ଅନ୍ୟ ଅଭିନେତା ଓ ଅଭିନେତ୍ରୀ ଙ୍କ ଭଳି କ୍ରେଜ୍ କିଛି କମ୍ ନାହିଁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହରି ବିଜେପି ଦଳ ତରଫରୁ ପ୍ରାର୍ଥୀ ରହିଥିବା ବେଳେ ଖୁବ୍ ବର୍ଷିଛନ୍ତି ବିଜେଡି ସରକାର ଉପରେ । ହରି କହିଛନ୍ତି ଓଡ଼ିଶାର ଯୁବପିଢି ତାମିଲନାଡୁ ରେ ଯାଇ ଦାଦନ ଖଟୁଥିବା ବେଳେ ତାମିଲନାଡୁ ର ଆଇଏସ ଅଫିସର୍ ଆସି ଓଡ଼ିଶାର ଲୋକଙ୍କୁ ଭୂତ ବନାଉଛନ୍ତି । 

ଅନ୍ୟ ରାଜ୍ୟ ତୁଳନାରେ ଆଜି ବି ଓଡ଼ିଶା ପଛରେ । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଜଣେ ହାସ୍ୟ ଅଭିନେତା ହିସାବରେ ଆପଣଙ୍କୁ ଜୀବନ ସାରା ବହୁତ୍ ହସାଇଛି । ହେଲେ ବିଜେଡି ସରକାର ଆପଣଙ୍କୁ କଣ ଦେଇଛି । କେବଳ ଛଳନା , ପ୍ରତାରଣା , ଧୋକା । ଉନ୍ନତି ନାଁରେ ଏଠି ଚଳାଇଛନ୍ତି ଦୁର୍ନୀତି ।