ଶୁଣନ୍ତୁ ଅଡିଓ: “ଶ୍ରୀକାନ୍ତ, ଯାହା ହେଉଛି କ'ଣ ଭଲ ହେଉଛି?” ସାମ୍ନାକୁ ଆସିଲା ବିଧାୟକ ଶ୍ରୀକାନ୍ତ ଓ ସଂଯୁକ୍ତାଙ୍କ ଭିତିରି କଥା

 
Bidhyak sanjukta

ଗୋଟିଏ ପରେ ଗୋଟିଏ ବିଜେଡ଼ି ନେତାଙ୍କ ରାସଲୀଳା ର ଖୁଲାସା । ଏବେ ଦଳ କଥା ଆଉ ଦଳରେ ସୀମିତ ହୋଇ ରହୁନି। ରାସ୍ତାରେ ପଡ଼ି ହାଟରେ ଗଡିଲାଣି। ଏପରି ଏକ ଅଡିଓ କ୍ଲିପ୍ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ବିଜେଡିର ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ବିଜେଡି ନେତ୍ରୀ ସଂଯୁକ୍ତା ମହାଲାଙ୍କ ଭିତିରିଆ ସମ୍ପର୍କ ବିଷୟରେ ଜଣା ପଡିଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ବେଶ୍ ଚର୍ଚ୍ଚା।

Bidhayak

ଏହି ସବୁ ଭିତରେ ଶ୍ରୀକାନ୍ତ ଓ ସଂଯୁକ୍ତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଛି। ଯେଉଁଥିରେ ସଂଯୁକ୍ତା ଶ୍ରୀକାନ୍ତଙ୍କୁ ନିଜ ମନର ବ୍ୟଥା କହୁଛନ୍ତି। ଶ୍ରୀକାନ୍ତଙ୍କୁ ସଂଯୁକ୍ତା କହୁଛନ୍ତି, ଯାହାସବୁ ଆମେ ଭିତରେ ହେଉଛି ଆପଣଙ୍କୁ ଭଲ ଲାଗୁଛି। ସଂଯୁକ୍ତାଙ୍କ କଥା ଶୁଣି ଶ୍ରୀକାନ୍ତ ସ୍ମିତ ହାସ୍ୟ ଦେଉଛନ୍ତି ଓ କହୁଛନ୍ତି, ମୋତେ କ'ଣ ଭଲ ଲାଗିବ। ଯେ କହୁଛି ତାକୁ ଭଲ ଲାଗିବ। ତୁମକୁ ସଂଯୁକ୍ତା ଭଗବାନ ବୁଝାଇ ପାରିବନାହିଁ।

ବିଜେଡି ଏବେ ଦଳୀୟ ନେତାଙ୍କୁ ବି ନ୍ୟାୟ ଦେଇ ପାରୁନି। ସଂଯୁକ୍ତା ଦଳରୁ ନିରାଶ ହୋଇ ଏବେ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି। ସଂଯୁକ୍ତାଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ତାଙ୍କର ଓ ଶ୍ରୀକାନ୍ତଙ୍କର ଭଲ ସମ୍ପର୍କ ରହିଥିଲା। ହେଲେ ଏବେ ପରିସ୍ଥିତି ଅଡ଼ୁଆ ହେବାରୁ ଶ୍ରୀକାନ୍ତ ସଂଯୁକ୍ତାଙ୍କୁ ନ ଜାଣିବା ପରି ଅଭିନୟ କରିବା ସହିତ ତାଙ୍କୁ ବ୍ଲାକମେଲ୍ ମଧ୍ୟ କରୁଛନ୍ତି। ଯାହା ପରେ ଯୌନ ନିର୍ଯାତନାର ଅଭିଯୋଗ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସଂଯୁକ୍ତା। 

ସଂଯୁକ୍ତାଙ୍କ ଅଭିଯୋଗ ଅନୁସାରେ ଉଭୟ ପୋଲିସ ଓ ପାର୍ଟି ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଜେଡ଼ି ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି। ବାରମ୍ବାର ପୋଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ତଦନ୍ତ କରାଯାଇ ନ ଥିଲା ଶ୍ରୀକାନ୍ତଙ୍କ ଉପରେ। ଏପରି କି ମହିଳା ଥାନାରେ ମଧ୍ୟ ନିରାଶ ହୋଇ ଫେରିଛନ୍ତି ସଂଯୁକ୍ତା।

କେବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ତ କେବେ ନିମାପଡ଼ା ବିଧାୟକ ସମୀର ଦାସ ,  ଏମିତି ଅନେକ। ପୁଣି ଏବେ ଆଖି ସାମ୍ନାକୁ ଆସିଛି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପରକୀୟା ପ୍ରୀତିର ଅଭିଯୋଗ। ହେଲେ କୌଣସି ବି ଅଭିଯୋଗକୁ ନେଇ ଦଳରେ ଏ ଯାଏଁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଦଳ ଚୁପ୍ , ନେତା ଚୁପ୍, ମନ୍ତ୍ରୀ ବି ଚୁପ୍। ନାରୀର ସୁରକ୍ଷା ନେଇ ବାରମ୍ବାର ସ୍ବର ଉଠାଉଥିବା ବିଜେଡ଼ି ସରକାର ଆଜି ନାରୀ ସମସ୍ୟାରେ ପଡ଼ିଛନ୍ତି