ବଡ ଘୋଷଣା: ମେ ୫ରୁ ୧୯ ପୂରା ଓଡିଶା ଲକଡାଉନ୍, ଜାଣନ୍ତୁ ଲକଡାଉନରେ କଣ ଖୋଲା କଣ ରହିବ ବନ୍ଦ

 
ବଡ ଘୋଷଣା: ମେ ୫ରୁ ୧୯ ପୂରା ଓଡିଶା ଲକଡାଉନ୍, ଜାଣନ୍ତୁ ଲକଡାଉନରେ କଣ ଖୋଲା କଣ ରହିବ ବନ୍ଦ

ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଲା। ରାଜ୍ୟ ସରକାର ରାଜ୍ୟରେ ୧୪ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଆସନ୍ତା ମେ ୫ ରୁ ମେ ୧୯ ପର୍ଯ୍ୟନ୍ତ ସଂପୂର୍ଣ ଲକଡାଉନ ଘୋଷଣା କରାଯାଇଛି। ଏହାସହ ସପ୍ତାହନ୍ତ ସଟଡାଉନ ଜାରି ରହିବ,  ଏନେଇ ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି।

ଲକଡାଉନ ରାଜ୍ୟରେ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ସ୍ବାସ୍ଥ୍ୟସେବା ତଥା  ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଅନ୍ୟପକ୍ଷରେ, ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ। ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ। ତେବେ ରାଜ୍ୟରେ ଆଜି ୮୦୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।