ଦେଖନ୍ତୁ ଭିଡିଓ: ଅନୁଭବଙ୍କୁ ନେଇ ଏମିତି କହିଲେ ବିଦୁସ୍ମିତା, ବିଜେପିରେ ଏକାଠି ରହିବୁ, ବେଷ୍ଟଫ୍ରେଣ୍ଡ୍ ହେବୁନି
ରାଜନୀତିର ଖେଳ । ଏଠି କିଏ କାହାର ଶତ୍ରୁ ଆଉ କିଏ କାହାର ମିତ୍ର କହିବା ବଡ କଷ୍ଟ । ଆଜି ସକାଳେ ଯିଏ ଯାହାର ନିନ୍ଦା କରୁଥିବ ସେ ଗୋଟିଏ ଦଳରେ ମିଶିଯିବା ପରେ ନିଜ ନିଜର ପରମ ମିତ୍ର ପାଲଟି ଯାଉଛନ୍ତି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଏଭଳି କିଛି ଦେଖିବାକୁ ମିଳିଛି ଅନୁଭବ ମହାନ୍ତି ଓ ବିଦୁସ୍ମିତାଙ୍କ କ୍ଷେତ୍ରରେ । କାଲି ସକାଳେ ବିଦୁସ୍ମିତା ଅନୁଭବଙ୍କର ନିନ୍ଦା କରିବାରେ ଲାଗିଥିଲେ । ହେଲେ ଆଜି ଦଳରେ ମିଶିବା ପରେ ପୁଣି ତାଙ୍କର ପ୍ରଶଂସାରେ ବିଦୁସ୍ମିତା ।
ଆପଣ ମାନେ ବି ସୋସିଆଲ ମିଡିଆରେ ଦେଖିଥିବେ ବିଦୁସ୍ମିତା ଅନୁଭବଙ୍କର ଚରିତ୍ରକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି । ସେ ବର୍ଷାଙ୍କୁ ସମର୍ଥନ ବି କରିଛନ୍ତି ଏବଂ ଅନୁଭବ ଜଣେ ଭଲ ପ୍ରକୃତିର ମଣିଷ ନୁହଁନ୍ତି ବୋଲି ମଧ୍ୟ ସ୍ପଷ୍ଟ କହିଛନ୍ତି ।
ହେଲେ ଆଜି ଯେତେବେଳେ ବିଜୁ ଜନତା ଦଳରୁ ଅନୁଭବ ଭାରତୀୟ ଜନତା ପାର୍ଟି ରେ ମିଶିଛନ୍ତି ସେତେବେଳେ ବିଦୁସ୍ମିତା ତାଙ୍କୁ ସ୍ଵାଗତ ଜଣାଇଛନ୍ତି ଏବଂ ହଠାତ୍ ବର୍ଷାଙ୍କ ବିରୋଧୀ ହୋଇ ଯାଇଛନ୍ତି ସେ ।
ବିଜେଡି ଏଥର ଅନୁଭବଙ୍କୁ ଏଥର ଟିକେଟ ଦେଇ ନ ଥିଲା ଏବଂ ବହୁ ଅଣଦେଖା ମଧ୍ୟ କରିଥିଲା । ଯାହା ଫଳରେ ସେ ବିଜେପିରେ ମିଶିଥିଲେ । ଏପଟେ ବିଜେପିର ଏକ ପୂର୍ବ କର୍ମକର୍ତ୍ତା ହେଉଛନ୍ତି ବିଦୁସ୍ମିତା । ଅନୁଭବଙ୍କୁ ଟିକେଟ ନ ଦେଇ ବର୍ଶାଙ୍କୁ ଟିକେଟ ଦେଇଛି ବିଜେଡି । ଯାହା ଏକ ବଡ ନିରାଶ ପାଲଟିଛି ଅନୁଭବଙ୍କ ପାଇଁ ।
ବିଦୁସ୍ମିତା ବିଜେପିର ଏକ ପୂର୍ବ କର୍ମକର୍ତ୍ତା ହୋଇ ଥିବାରୁ ଅନୁଭଙ୍କ ଏଣ୍ଟ୍ରି ନେଇ ବିଦୁସ୍ମିତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ଯେଉଁଥିରେ ସେ ଅତି ସରଳରେ କହିଥିଲେ ମୁଁ ପୂର୍ବରୁ ଅନୁଭବଙ୍କୁ ନେଇ ଯାହା କିଛି କହିଛି ତାହା ମୋର ବ୍ୟକ୍ତିଗତ ମତ । ହେଲେ ଦଳରେ ମୁ ତାଙ୍କୁ ସ୍ଵାଗତ କରୁଛି ଏବଂ ଆମେ ଦୁହେଁ ଭଲ ବନ୍ଧୁ ଭାବେ ଦଳରେ କାମ କରିବୁ ।