ପ୍ରେମିକ ପାଇଁ ସ୍ୱାମୀ ଶାଶୁଘର ଛାଡିଲେ ମହିଳା ହେଲେ ଗ୍ରହଣ କଲାନି ଧୋକେବାଜ୍ ପ୍ରେମିକ, ଆଉ ତାପରେ..

 
ପ୍ରେମିକ ପାଇଁ ସ୍ୱାମୀ ଶାଶୁଘର ଛାଡିଲେ ମହିଳା ହେଲେ ଗ୍ରହଣ କଲାନି ଧୋକେବାଜ୍ ପ୍ରେମିକ, ଆଉ ତାପରେ..

ପ୍ରଥମେ ପ୍ରେମ ତାପରେ ସେକ୍ସ ଏବଂ ଶେଷରେ ଧୋକା ଦେଇଛି ଧୋକାବାଜ୍ ପ୍ରେମିକ। ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ୍ ବଉଲାଙ୍ଗ ପଞ୍ଚାୟତ ବରିମୁଣ୍ଡରେ, ଏହି ଖବର ମୁତାବକ ଯୁବକ ଜଣଙ୍କ ଏହି ବିବାହିତା ମହିଳାଙ୍କ ସହ ପ୍ରେମର ନାଟକ କରିଥିଲେ, ଏପରିକି ତାଙ୍କ ସହ ଶାରୀରିକ ସମ୍ବନ୍ଧ ମଧ୍ୟ ରଖିଥିଲେ କିନ୍ତୁ ଯେତେବେଳେ ମହିଳା ଜଣଙ୍କ ନିଜ ଶାଶୁଘର ଛାଡି ପ୍ରେମିକ ପାଖରେ ପହଞ୍ଚିଲେ ସେତେବେଳେ ଧୋକା ଦେଲେ ପ୍ରେମିକ ଏବଂ ଉକ୍ତ ମହିଳାଙ୍କୁ ଗ୍ରହଣ କରିନଥିଲେ।

ସୂଚନା ଅନୁସାରେ ଯୁବକ ଜଣଙ୍କ ଉକ୍ତ ଯୁବତୀଙ୍କ ସହିତ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରଖିଥିଲେ କିନ୍ତୁ ବାହା ହେଉନଥିଲେ। ତେବେ ଏହାପରେ ଝିଅର ପରିବାର ଲୋକେ ତାଙ୍କୁ ଗତ ଡ଼ିସେମ୍ବର ୯ ତାରିଖରେ ବିବାହ କରାଇଦେଇଥିଲେ। ଏହି ଦିନ ରାତିରେ ପ୍ରେମିକ ଜଣଙ୍କ ଉକ୍ତ ମହିଳାଙ୍କୁ ବିବାହର ମିଛ ପ୍ରତିଶୃତି ଦେଇ ନିଜ ପାଖକୁ ଡାକିଥିଲେ ଏହା ପରେ କିଛି ଘଣ୍ଟା ଛାଡି ସେଠାକୁ ଯୁବତୀ ଜଣଙ୍କ ଯାଇଥିଲେ ମଧ୍ୟ ପ୍ରେମିକ ତାଙ୍କୁ ଗ୍ରହଣ କରିନଥିଲା।

ଯାହା ଫଳରେ ଯୁବତୀ ଜଣଙ୍କ ଗୋପ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଇତି ମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ ଯୁବତୀଙ୍କୁ ଉଚିତ ନ୍ୟାୟ ମିଳି ପାରି ନାହିଁ। ଏହାକୁ ନେଇ ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ସମ୍ପର୍କ କରାଯିବାରୁ ସେ ଖୁବ ଶୀଘ୍ର ଅଭିଯୁକ୍ତକୁ ଧରାଯିବା ବୋଲି କହିଛନ୍ତି।