​​​​ଦେଖନ୍ତୁ ଭିଡିଓ: ସଂଧ୍ୟା ହେଲେ ‘I Love Chandini’ ଷ୍ଟଲ୍ ରେ ଜମୁଛି ଲୋକଙ୍କ ଭିଡ଼, କାର୍ ଖାନା ପରେ ଏବେ କଟକର ମା ଝିଅ ଖାନା

 
Khana
ଭୁବନେଶ୍ବରର କାର ଖାନାକୁ ଟକ୍କର ଦେଉଛି କଟକର ମା ଝିଅଙ୍କ ଖାନା । ଓଡ଼ିଶାରେ ଏବେ ଦେଖା ଦେଉଛି ନାରୀ ସଶକ୍ତି କରଣର ଏକ ନୂଆ ପର୍ଯ୍ୟାୟ । ସେ କଟକର ଖାନା ହେଉ କି ଭୁବନେଶ୍ୱରର କି ଅନ୍ୟ କେଉଁ ସ୍ଥାନର । ଏପରି ଗୋଟିଏ ଗୋଟିଏ ଉଦାହରଣ ଘର ଭିତରେ ଲୁଚି ଯାଉଥିବା ଅନେକ ପ୍ରତିଭାକୁ ଇନ୍ଧନ ଯୋଗାଇବ । 

Car khana

ଭୁବନେଶ୍ବରର ଦୁଇ ଯାଙ୍କ ଏକ ନୂଆ ଧରଣର କାର ଖାନା ପରେ କଟକରେ ମାଆ ଝିଅ ମିଶି ଆରମ୍ଭ କରିଛନ୍ତି ଏକ ଫୁଡ୍ ଷ୍ଟଲ୍ । ଯାହାର ନାମ ରହିଛି ଆଇ ଲଭ୍ ଚାନ୍ଦିନୀ । କଟକର ଆଇ ଲଭ୍ କଟକ ସାମ୍ନାରେ ଖୋଲା ଯାଇଛି ଏହି ଷ୍ଟଲ୍ ଟି ।

ମାଙ୍କ ସ୍ଵପ୍ନ ସାକାର କରିବା ପାଇଁ ଝିଅର ଏହା ହେଉଛି ଏକ ପ୍ରୟାସ । ଝିଅଟି +୨ ପଢ଼ିବା ସହିତ ନିଜ ମାଆଙ୍କୁ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରୁଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦୁହିଁଙ୍କ ଖାଦ୍ୟକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ । ଏକଦମ୍ ନିଟ ଆଣ୍ଡ କ୍ଲିନ୍ ସହିତ ହାଇଯେନିକ କୁ ଦୃଷ୍ଟିରେ ରଖି ହାତରେ ଗ୍ଲୋବ୍ସ ପୁରାଇ ପ୍ରସ୍ତୁତ କରୁଛନ୍ତି ଖାଦ୍ୟ । ସେମାନଙ୍କ ସ୍ବଚ୍ଛତା ଓ ଖାଦ୍ୟର ସ୍ୱାଦକୁ ବେଶ୍ ପସନ୍ଦ କରିଛନ୍ତି ଲୋକେ ।

ଯେଉଁ ଖାଦ୍ୟ ଗୁଡ଼ିକ ଛୋଟ ବଡ଼ କ୍ୟାଫେ ଗୁଡିକରେ ଅଧିକ ମୂଲ୍ୟରେ ମିଳିଥାଏ ସେହି କ୍ୟାଫେ ର ଖାଦ୍ୟକୁ ସର୍ବ ସାଧାରଣରେ ଏକ ଭଲ ମୂଲ୍ୟରେ ଉପଲବ୍ଧ କରାଇଛନ୍ତି ଦୁହେଁ ।