ଦେଖନ୍ତୁ ଭିଡିଓ: ”ଆମକୁ ବାର୍ ରେ ନାଚିବା ପାଇଁ କହିକି ଆଣି VIP ଗେଷ୍ଟଙ୍କୁ ଦେହ ସୁଖ ଦେବା ପାଇଁ ବାଧ୍ୟ କଲେ” ଆଉ ତାପରେ...

 
Bar girl

ଭୁବନେଶ୍ୱରର ଏକ ବାର୍ ନାମରେ ଆସିଛି ଏକ ସଙ୍ଗୀନ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଉକ୍ତ ବାର୍ ରେ ଡ୍ୟାନ୍ସ କରୁଥିବା ଦୁଇ ବାର୍ ଡ୍ୟାନ୍ସର୍। ବହୁ ଆଗରୁ ଅତ୍ୟାଚାର ସହୁ ଥିଲେ ମଧ୍ୟ ମୁହଁ ଖୋଲିବାକୁ ସାହସ ହେଉ ନ ଥିଲା। ହେଲେ ଆଉ କିଛି ଉପାୟ ନ ପାଇ ଏବେ ଆଇନ୍ ର ଦ୍ବାରସ୍ଥ ହୋଇଛନ୍ତି।

Bar girl

ବାର୍ ଡ୍ୟାନ୍ସର୍ ଙ୍କର କହିବା ଅନୁସାରେ ସେ ପ୍ରାୟ ସାତ ମାସ ତଳେ ବାର୍ ରେ ଡ୍ୟାନ୍ସ କରିବା ପାଇଁ ଭୁବନେଶ୍ବର ଆସିଥିଲେ। ସନ୍ଧ୍ୟାରୁ ପ୍ରାୟ ରାତି ୧୨ଟା ପର୍ଯ୍ୟନ୍ତ ତାଙ୍କୁ କରିବାକୁ କୁହାଯାଉ ଥିଲେ ମଧ୍ୟ ଅଧିକାଂଶ ସମୟ ତାଙ୍କୁ ପ୍ରାୟ ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟାନ୍ସ୍ କରିବାକୁ ପଡ଼ୁଥିଲା।ସେ ଖାଲି ବାର୍ ଡ୍ୟାନ୍ସ ରେ କରୁଥିଲେ ତାହା ନୁହେଁ ବରଂ ତାଙ୍କୁ ଅନେକ ଆପତ୍ତି ଜନକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଥିଲା।

ଅନେକ ସମୟରେ ତାଙ୍କୁ ଗ୍ରାହକଙ୍କ ସହିତ ବାହାରକୁ ଯିବା ଓ ହୋଟେଲ ରୁମ୍ ଭିତରେ ଗ୍ରାହକ ମାନଙ୍କ ମନ ଖୁସି କରିବାକୁ ମଧ୍ୟ କୁହାଯାଉଥିଲା। ଏପଟେ କାମ ବରାବର ଆଦାୟ କରୁଥିଲେ ମଧ୍ୟ ପାରିଶ୍ରମିକ ଦେବାରେ କିଛି ଠିକ୍ ଠିକଣା ନ ଥିଲା। ଏପଟେ ମନା କରିବାରୁ ନିର୍ଯ୍ୟାତନା ସହିତ ମାଡ ମଧ୍ୟ ମରାଯାଉଥିଲା।

ଅନ୍ୟ ଏକ ବାର୍ ଡ୍ୟାନ୍ସର ଙ୍କ କହିବା ଅନୁସାରେ ତାଙ୍କର ପ୍ରାୟ ଦରମା ବାବଦକୁ ପଚାଶ ହଜାର ଟଙ୍କା ବାକି ରହିଛି। ନିଜର ପାରିଶ୍ରମିକ ମାଗିବାରୁ ଓଲଟା ସାରିରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯିବା ସହିତ ଧମକ ମଧ୍ୟ ଦିଆ ଯାଇଥିଲା।

ବାର୍ ଡ୍ୟାନ୍ସର୍ ଜଣକ ଏ ନେଇ ପୂର୍ବରୁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।ଡ୍ୟାନ୍ସର୍ ଜଣକ ଆହୁରି ମଧ୍ୟ କହିଛନ୍ତି ପୋଲିସ ବାରମ୍ବାର ଡାକି ଏଣୁ ତେଣୁ ପ୍ରଶ୍ନ କରି ଛାଡ଼ି ଦେଉଛି। କିନ୍ତୁ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏବେ ଦେଖିବା ବାକି ରହିଲା ବାର୍ ଡ୍ୟାନ୍ସର୍ ଙ୍କ ଦୁଃଖ କାହାଣୀ ସାରା ଓଡ଼ିଶା ଶୁଣିବା ପରେ କଣ ପଦକ୍ଷପ ନେଉଛନ୍ତି ପୋଲିସ କମିଶନରେଟ