ଝିଅମାନଙ୍କୁ ନିର୍ଦ୍ଧୁମ ଛେଚିଲା ଘର ମାଲିକ, ଯୁବତୀଙ୍କ ଚୁଟିକୁ ଟାଣି ଘୋଷାରି ମାଡ଼ ମାରିଲେ, କାରଣ ଜାଣି ହେବେ ତାଜୁବ୍
ରାଜଧାନୀର ଖାରବେଳନଗରରେ ଘର ଭଡ଼ାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । ଘର ଭଡାକୁ କେନ୍ଦ୍ର କରି ହଷ୍ଟେଲ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ତୁମୁଳକାଣ୍ଡ ହୋଇଛି । ହାତାହାତି ହୋଇଛନ୍ତି ମାଲିକ ଏବଂ ଭଡ଼ାରେ ରହୁଥିବା ଯୁବତୀ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଖବର ଅନୁଯାୟୀ, ଭୁବନେଶ୍ୱରର ଖାରବେଳନଗର ଅଞ୍ଚଳରେ ଜଣେ ଯୁବତୀ ଦୀର୍ଘଦିନ ହେବ ଭଡ଼ାରେ ରହୁଥିଲେ । ଘର ଛାଡିବାକୁ ପୂର୍ବରୁ ଯୁବତୀଙ୍କୁ ଘର ମାଲିକ କହିଥିଲେ । ହେଲେ ଯୁବତୀ ଜଣଙ୍କ କୌଣସି କାରଣରୁ ଘର ଛାଡିନଥିଲେ । ଶେଷରେ ମଙ୍ଗଳବାର ଦିନ ଘର ମାଲିକ ଏବଂ ଯୁବତୀଙ୍କ ମଧ୍ୟରେ ଘର ଭଡ଼ାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଆଉ ପାଟିତୁଣ୍ଡ ଏତେ ଜୋରରେ ବଢିଥିଲା ଯେ, ଉଭୟ ହାତାହାତି ଯାଏଁ କଥା ଯାଇଥିଲା ।
ଘର ମାଲିକ ଜଣକ ଟାୟାରରେ ପିଟିବା ସହ ଯୁବତୀଙ୍କୁ ଚୁଟି ଘୋଷାଡି ପିଟିଥିଲେ । ସେପଟେ ଯୁବତୀ ଜଣଙ୍କ ମଧ୍ୟ ପନିକି ଧରି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ଶେଷରେ ଖାରବେଳନଗର ଥାନାରେ ଉଭୟ ଉଭୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।
ଅଭିଯୋଗ ମୁତାବକ, ମଙ୍ଗଳବାର ସକାଳୁ ମାମା ନାମକ ଜଣେ ଯୁବତୀଙ୍କୁ ସିପୁନ ଓ ବବୁଲ ମାର୍ଧର୍ କରୁଥିଲେ । ପୂର୍ଣ୍ଣଚନ୍ଦ୍ର ଓ ଅନ୍ୟ ପରିବାର ଲୋକେ ସିଡି଼ରେ ଛିଡ଼ା ହୋଇ ଏହା ଦେଖୁଥିଲେ । ମାମାଙ୍କ ଚିତ୍କାର ଶୁଣି ଲିପି ଓ ଅନ୍ୟ ଯୁବତୀମାନେ ନିଦରୁ ଉଠି ଘଟଣାସ୍ଥଳକୁ ଧାଇଁଗଲେ । ଉଭୟଙ୍କ କବଳରୁ ଯୁବତୀମାନେ ମାମାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲେ । ରୋଜା ନାମକ ଅନ୍ୟଜଣେ ଯୁବତୀ ମୋବାଇଲ୍ରେ ସୁଟିଂ କରିବାକୁ ଲାଗିଲା ।
କିନ୍ତୁ ସିପୁନ ଓ ବବୁଲ ରାଗିଯାଇ ଉକ୍ତ ଯୁବତୀଙ୍କ ଉପରେ ଝାମ୍ପି ପଡି଼ଥିଲେ । ୨ ପୁଅ ରୋଜାଙ୍କ ଚୁଟି ଘୋଷାଡି଼ ତାଙ୍କ ମୋବାଇଲ୍କୁ ଫିଙ୍ଗି ଦେଇଥିଲେ । ଲିପିଙ୍କୁ ଠେଲାପେଲା କରିବା ସହ ନିର୍ଘାତ ମାଡ଼ ମାରିଥିଲେ । ଏକ ସ୍କୁଟି ଟାୟାରରେ ବାରମ୍ବାର ପିଟି ଚାଲିଲେ । ଏକ କାଠ ଫାଳିଆ ଧରି ଲିପିଙ୍କ ମୁଣ୍ଡକୁ ମାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅନ୍ୟ ଯୁବତୀମାନେ ଘେରିଯିବାରୁ ଲିପି ବର୍ତ୍ତି ଯାଇଥିଲେ । ଉକ୍ତ ସ୍ଥାନରେ ପାଖାପାଖି ଅଧ ଘଣ୍ଟାଏ ଏଭଳି ହଙ୍ଗାମା ଚାଲିଥିଲା । ଏସବୁର ଦୃଶ୍ୟ ହଷ୍ଟେଲର ସିସି କ୍ୟାମେରା କଏଦ୍ ହୋଇଛି । ହଷ୍ଟେଲର ଅନ୍ୟ ଯୁବତୀମାନେ ମଧ୍ୟ ମୋବାଇଲ୍ରେ ଆକ୍ରମଣର ଏକାଧିକ ଭିଡିଓ ଉତ୍ତୋଳନ କରିଛନ୍ତି ।