କାଳିମାଡ଼ କରିଥିବା ଭାସ୍କର ସାହୁ ଏବେ କେଉଁଠି? ଏହି ଘଟଣାକୁ ନେଇ ଆସିଛି ବଡ଼ ଅପଡେଟ୍, ପଢ଼ନ୍ତୁ….

 
Kali mada

ଦୁଇଦିନ ତଳେ 5T ସଚିବ ଭି.କେ ପଣ୍ଡିଆନଙ୍କ ଉପରେ ହୋଇଥିଲା କାଳିମାଡ଼। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଅଭିଯୁକ୍ତ ଭାସ୍କର ସାହୁକୁ ପୋଲିସ ଗିରଫ କରିଥିଲା। ତେବେ, ପରବର୍ତ୍ତୀ ସମୟରେ ଭାସ୍କରକୁ ପୋଲିସ ଛାଡ଼ି ଦେଇଥିବା ମଧ୍ୟ ଜଣାପଡିଛି। 

Ink attack

5T ସଚିବ ଉଦାରତା ଦେଖାଇ ଭାସ୍କରଙ୍କୁ ଛାଡ଼ି ଦେବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି। ତେବେ, ଏଭଳି ଭୁଲ କରିଥିବାରୁ ଭାସ୍କର କ୍ଷମା ମାଗିଥିବା ବେଳେ ଆଗକୁ ଯେପରି ଏପରି ଭୁଲ ନ ହେବ ସେଥିନେଇ ଲିଖିତ ଭାବରେ ଦେଇଛନ୍ତି। କେବଳ ସେତିକି ନୁହେଁ ବରଂ ଭାସ୍କରଙ୍କ ବିରୋଧରେ ପୋଲିସ ପକ୍ଷରୁ କୌଣସି ମାମଲା ମଧ୍ୟ ରୁଜୁ କରାଯାଇ ନଥିବା ଜଣାପଡିଛି।

Bhaskar sahu

ତେବେ, ସେ ଯେପରି ଏପରି ଭୁଲ ଆଉ ଥରେ ନ କରନ୍ତି ସେଥିପାଇଁ ତାଙ୍କୁ ତାଙ୍କ ଭଡ ଭାଇଙ୍କ ଜିମାରେ ଛଡ଼ାଯାଇଛି। ତେବେ, ସେ ଏପରି କାହିଁକି ଏବଂ କାହା ପ୍ରରୋଚନାରେ କରିଲେ ସେଥିନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ, ପୋଲିସ ଷ୍ଟେସନରୁ ଆସିବା ପରେ ସେ ଘରକୁ ଫେରିନଥିବା ତାଙ୍କ ସ୍ତ୍ରୀ ପ୍ରିୟଙ୍କା କହିଛନ୍ତି।

ଆହୁରି ପଢ଼ନ୍ତୁ:- GK ପ୍ରଶ୍ନ : ଖାଲି ପେଟରେ କେଉଁ ଫଳ ଖାଇବା ଦ୍ୱାରା ମଣିଷର ମୃତ୍ୟୁ ହୋଇପାରେ ? ଉତ୍ତର ଜାଣି ରଖନ୍ତୁ କାମରେ ଆସିପାରେ