ଫୋନପେ ରେ ମୋବାଇଲ ରିଚାର୍ଜ କରୁଥିଲେ ସାବଧାନ! ଆକାଉଣ୍ଟରୁ କଟିଗଲା ୪ଲକ୍ଷ ଟଙ୍କା, ଜାଣନ୍ତୁ ପୁରା ଘଟଣା
ଜଣେ ମହିଳାଙ୍କୁ ୩୪୯ ଟଙ୍କାର ରିଚାର୍ଜ କରିବା ପଡ଼ିଲା ମହଙ୍ଗା । ଏହି ମହିଳା ଜଣକ ୩୪୯ ଟଙ୍କା ରିଚାର୍ଜ କରିବାକୁ ଯାଇ ହରାଇ ବସିଲେ ୩ ଲକ୍ଷ ୯୧ ହଜାର ଟଙ୍କା । ଏବେ ଏହି ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏବେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏହି ମହିଳା ଜଣକ ହେଉଛନ୍ତି ଉଷାରାଣୀ ବେହେରା । ଏହି ମହିଳା ଜଣକ ଅଭିଯୋଗ କରିବା ପରେ ତାଙ୍କର ଅଭିଯୋଗ ରଖୁ ନାହାଁନ୍ତି ବୋଲି ସୂଚନା ମିଳିଛି ।
ଏହି ଯୁବତୀ ଜଣଙ୍କର ରିଚାର୍ଜ ସରି ଯାଇଥିଲା । ଆଉ ସେ ଫୋନ୍ ପେ ରେ ରିଚାର୍ଜ କରୁଥିଲେ । ତାଙ୍କର ଫୋନ୍ ପେ ରେ ଦୁଇଟି ଆକାଉଣ୍ଟ ଲିଙ୍କ ଥିଲା । ଗୋଟିଏ ବ୍ୟାଙ୍କ ଅଫ ଇଣ୍ଡିଆ ଆଉ ଗୋଟିଏ ହେଉଛି ଏଚଡିଏଫସି ବ୍ୟାଙ୍କ ।
ସେ ରିଚାର୍ଜ କରିଥିଲେ କିନ୍ତୁ ତାଙ୍କର ରିଚାର୍ଜ ହୋଇନଥିଲା । ଆଉ ସେ ଫୋନ୍ ପେ କଷ୍ଟମର କେୟାରକୁ କଲ କରିବା ପାଇଁ ଗୁଗଲରେ ସର୍ଚ୍ଚ କରିଥିଲେ । ଟଙ୍କା ରିଫଣ୍ଡ ପାଇଁ ସେ ସର୍ଚ୍ଚ କରିଥିଲେ। ତାପରେ ନମ୍ବରରେ କଲ କରିବା ପରେ କଷ୍ଟମର କେୟାର ନମ୍ବର ବୋଲି କହିଥିଲେ ।
ଏହାପରେ ତାଙ୍କର ଉପର ଅଫିସର ଫୋନ୍ କରିଲେ । ସେମାନେ ଯେଉଁଭଳି କହିଲେ ସେହିଭଳି ଭାବରେ ଏହି ମହିଳା ଜଣକ କରିଲେ ଆଉ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଲୁଟି ନେଲେ । ଆଉ ଏହାପରେ ସେ ଆକାଉଣ୍ଟ ଫ୍ରିଯ କରି ଦେଇଥିଲେ । ଆଉ ତାଙ୍କର ଆକାଉଣ୍ଟରେ ୨ ଲକ୍ଷ ରୁ ଅଧିକ ଟଙ୍କା ଥିଲା ।
ଏହାପରେ ସେ ବ୍ୟାଙ୍କ ଯାଇ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଦେଖା କରିବା ପରେ ଦୁଇ ଲକ୍ଷରୁ ଅଧିକ ଲୁଟି ନିଆ ଯାଇଥିଲା । ଏହି ମହିଳା ଜଣକର ବ୍ୟାଙ୍କ ମ୍ୟାନେଜର କହିବା ପରେ ୨ ଲକ୍ଷ ୯୧ ହଜାର ଆକାଉଣ୍ଟ ରୁ କଟିଗଲା ।
ଏହି ମହିଳା ଜଣକ ସାଇବର ଥାନାକୁ ଯାଇଥିଲେ ତାଙ୍କର ଅଭିଯୋଗ ଗ୍ରହଣ କରିଲେ ନାହିଁ। ଆଉ ଏହାପରେ ସେ ଥାନାରେ ଅଭିଯୋଗ କରିଲେ । ସେ ସବୁ ଟଙ୍କା ଯିବା ବିଷୟରେ କହିଥିଲେ କିନ୍ତୁ କୌଣସି ଥାନା କିଛି ପଦକ୍ଷେପ ଗ୍ରହଣ କରୁନାହିଁ । ଜଣେ ସାଧାରଣ ଲୋକ ଅନେକ କଷ୍ଟ କରି ଟଙ୍କା ରଖିଥାଏ କିନ୍ତୁ ଯଦି ତା ସହ ଏଭଳି ହେଉଛି ତାହେଲେ ସେ କଣ କରିବ । ଫୋନ୍ ପେରେ ୩୪୯ ଟଙ୍କା ରିଚାର୍ଜ୍ କରିବାକୁ ଯାଇ ଆଜି ମହିଳା ଜଣକ ୩ ଲକ୍ଷ ୯୧ ହଜାର ଟଙ୍କା ହରାଇ ଦେଲେ । ଏବେ ତାଙ୍କୁ ନ୍ୟାୟ ମିଳିବ କି ନାହିଁ ଏହାକୁ ନେଇ ପ୍ରଶ୍ନ ଆସୁଛି ।