ନିଜ ପିଲାଙ୍କ ଉପରେ ରଖନ୍ତୁ କଡା ନଜର, ନହେଲେ ସେମାନେ ହୋଇପାରନ୍ତି ଏହି ଭୟଙ୍କର ସୈତାନଙ୍କ ଶିକାର, ଜାଣନ୍ତୁ ପୁରା ଘଟଣା

 
Baya
ଗାଆଁ ଗହଳିରେ ମାତିଛନ୍ତି ପିଲା ଚୋର ! ପିଲାଙ୍କୁ ବିଭିନ୍ନ ପ୍ରକାରର ଲୋଭନୀୟ ଜିନିଷ ଦେଖାଇ କରୁଛନ୍ତି ଅପାରହଣ । ଶୁଣିବାକୁ ମିଳୁଛି ସେମାନେ କୁଆଡେ ପିଲା ମାନଙ୍କୁ ନେଇ ପିଲା ମାନଙ୍କ ଶରୀରରୁ ବିଭିନ୍ନ ଦାମୀ ଅଙ୍ଗ ନେଇ ବିକ୍ରି କରୁଛନ୍ତି । ଏପରି ଅନେକ ବେଆଇନ୍ କାରବାର କରୁଛନ୍ତି ପିଲା ମାନଙ୍କୁ ନେଇ।

Baya

ସବୁ ବାପା ମାଆଙ୍କ ମନରେ ରହିଛି ନିଜ ପିଲାଙ୍କୁ ନେଇ ଭୟ । ଗାଆଁ ଗହଳି ରାସ୍ତାରେ ପିଲା ମାନେ ବୁଲିବା କି ଖେଳିବା ଆଉ ଦେଖା ଦେଉନି । ପ୍ରାୟ ଦୁଇ ରୁ ଅଧିକ ସ୍ଥାନରେ ବିଭିନ୍ନ ଅଚିହ୍ନା ଲୋକଙ୍କୁ ପୋଲିସ ଜବତ କରିବା ପରେ ବଢି ଯାଇଛି ଆହୁରି ଭୟ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୂର ଗ୍ରାମରେ । ସୂଚନା ଅନୁସାରେ ସେହି ଗ୍ରାମର ଜଣେ ସାତ ରୁ ଆଠ ବର୍ଷୀୟ ନାବାଳକଙ୍କୁ ଜଣେ ଅପରିଚିତ ବ୍ୟକ୍ତି ପାଖକୁ ଡାକି ତାଙ୍କୁ ପଇସା ଦେବାର ପ୍ରୟାସ କରୁଥିଲେ । ହେଲେ ଛୋଟ ପିଲାଟି ଲୋକଟିର ଜାଲରେ ଫସି ନ ଥିଲା । 

ଲୋକଟିକୁ ସେ ଜାଣି ନ ଥିବାରୁ ସେ କାହିଁକି ତାକୁ ପଇସା ଜାଚୁଛି ଏହା ନେଇ ତା ମନରେ ସନ୍ଦେହ ଉଠିଥିଲା । ଯେଉଁଥି ପାଇଁ ସେ ସେଠାରୁ ଦଉଡ଼ି ଯାଇଥିଲା ନିଜ ଘରକୁ ଏବଂ ନିଜ ଘର ଲୋକଙ୍କ ଆଗରେ ସବୁ ସତ କଥା କହିଥିଲା । ଯାହା ପରେ ଘର ଲୋକ ମାନେ ମିଶି ଲୋକଟିକୁ ଠାବ କରିଥିଲେ । 

ଏହା ପରେ ରୁଣ୍ଡ ହୋଇ ଯାଇଥିଲେ ଗାଆଁ ଲୋକେ । ସମସ୍ତେ ମିଶି ଲୋକଟିକୁ ଜବତ୍ କରିବା ସହିତ ପୋଲିସ୍ କୁ ଡକାଇ ଥିଲେ । ଯାହା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକ ଜଣଙ୍କୁ ଜବତ୍ କରିବା ସହିତ ଲୋକଟିର ପ୍ରକୃତ ପରିଚୟ ଜାଣିବାକୁ ଚେଷ୍ଟା କରିଛି ।