ବାହାଘର ପୂର୍ବରୁ ଗର୍ଭବତୀ ହିଁ ହୋଇଯାଇଥିଲେ ଏହି ୩ କ୍ରିକେଟରଙ୍କ ସ୍ତ୍ରୀ, ୨ୟ ଙ୍କ ନାଁ ଜାଣି ହେବେ ଆଶ୍ଚର୍ଯ୍ୟ

 
Pregnant wife

କ୍ରିକେଟ ଖେଳ କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱରେ ଅନ୍ୟ ଖେଳ ତୁଳନାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କିଛିବର୍ଷ ଧରି କେବଳ ପୁରୁଷ ଟିମ୍ ମଇଦାନରେ ଥିବା ବେଳେ ଏବେ ମହିଳା କ୍ରିକେଟ ଟିମ୍ ବି ବେଶ୍ ଦମଦାର ଖେଳ ପ୍ରଦର୍ଶନ କରୁଛି। ଯାହାକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ। ଛୁଆ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ପ୍ରତି ବେଶ ଆଗ୍ରହୀ l

ବର୍ତ୍ତମାନ ସମୟରେ ଲୋକେ କ୍ରିକେଟ ତଥା କ୍ରିକେଟରଙ୍କୁ ନେଇ ବେଶ୍ ରୁଚି ରଖୁଛନ୍ତି। ସମୟରେ ନିଜ କାର୍ଯ୍ୟ ବା ମତକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରୁହନ୍ତି କ୍ରିକେଟର।ଆଜି ଚାଲନ୍ତୁ ଆମେ କିଛି କ୍ରିକେଟରଙ୍କ ବିଷୟରେ ଜାଣିବା ଯେଉଁମାନଙ୍କର ପତ୍ନୀ ବିବାହ ପୂର୍ବରୁ ଥିଲେ ଗର୍ଭବତୀ ଏବଂ ଯାହା ଫଳରେ ସେମାନଙ୍କୁ ତୁରନ୍ତ ବିବାହ କରିବାକୁ ପଡ଼ିଥିଲା। ଯେଉଁଥିପାଇଁ ସେମାନେ ଅନେକ ସମୟରେ ସୋସିଆଲ ମିଡିଆରେ ମଧ୍ୟ ସମାଲୋଚିତ ହୋଇଛନ୍ତି।

vhvhv

(୧) ହାର୍ଦ୍ଦିକ ପାଣ୍ଡ୍ୟା -

ଭାରତୀୟ କ୍ରିକେଟ ଟିମ୍ ର ଅତି ପରିଚିତ ମୁହଁ । ବର୍ତ୍ତମାନ ଟିମ୍ ଇଣ୍ଡିଆର ଉପ ଅଧିନାୟକ ଏହି ତାଲିକାରେ ସ୍ଥାନ ପାଇଛନ୍ତି।ଯାହାଙ୍କ ପତ୍ନୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ହାର୍ଦ୍ଦିକ ୧ ଜାନୁଆରୀ ୨୦୨୦ରେ ନତାଶାଙ୍କ ସହ ନିର୍ବନ୍ଧ ହୋଇଥିବା ବେଳେ ୩୧  ମଇ ୨୦୨୦ରେ ନତାଶାଙ୍କୁ ବିବାହ କରିଥିଲେ। ହାର୍ଦ୍ଦିକ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ପତ୍ନୀ ମାଆ ହେବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଥିଲେ। ବିବାହ ପୂର୍ବରୁ ନତାଶା ମା ହେବାକୁ ଯାଉଥିବାରୁ ସୋସିଆଲ ମିଡିଆରେ  ହାର୍ଦ୍ଦିକ ବହୁ ସମମାଲୋଚିତ ମଧ୍ୟ ହୋଇଥିଲେ।ବିବାହ ପରେ ନତାଶା ଜୁଲାଇ 2020ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ପରେ ଯାହାର ନାମ ରଖିଥିଲେ ଅଗସ୍ତ୍ୟା।

Pollard

(୨) କିରୋନ ପୋଲାର୍ଡ -

ୱେଷ୍ଟଇଣ୍ଡିଜର ଦିଗ୍ଗଜ କ୍ରିକେଟର କିରୋନ ପୋଲାର୍ଡଙ୍କ ପତ୍ନୀ ମଧ୍ଯ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। କିରୋନ୍ 7 ବର୍ଷ ପର୍ଯ୍ୟନ୍ତ ନିଜ ପତ୍ନୀ ଜେନାଙ୍କୁ ଡେଟ୍ କରିବା ପରେ 2012ରେ ତାଙ୍କୁ ବିବାହ କରିଥିଲେ। କିରୋନଙ୍କ  ଏକ ବ୍ୟବସାୟୀ ଥିଲେ ଯେ କି  ଏକ୍ସେସରିଜ୍ ଲିମିଟେଡ ଚଳାଉଥିଲେ। କିରୋନ ଏବଂ ଜେନାଙ୍କର ବିବାହ ପୂର୍ବରୁ ହିଁ ଏକ ପୁତ୍ର ଥିଲା ଯାହାର ନାମ ଥିଲା ପୋର୍ଲାଡ।

Root

(୩)ଯୋ ରୁଟ -

ଇଂଲଣ୍ଡର ଅତି ପ୍ରସିଦ୍ଧ କ୍ରିକେଟର ଜୋ ରୁଟ ମଧ୍ୟ ବିବାହ ପୂର୍ବରୁ  ବାପା ହୋଇଥିବା ଖେଳାଳୀଙ୍କ ମଧ୍ୟରୁ ଏକ।ସେ ୨୦୧୬ରେ କ୍ୟାରି କୋଟରେଲ ଙ୍କ ସହ ନିର୍ବନ୍ଧ କରିଥିବା ବେଳେ ୨୦୧୮ରେ ତାଙ୍କ ସହ ବିବାହ କରିଥିଲେ।ମାତ୍ର ବିବାହ ପୂର୍ବରୁ ୨୦୧୭ରେ ତାଙ୍କର ପ୍ରଥମ ପୁତ୍ର ଅଲଫ୍ରେଡ ୱିଲିଅମ ଜନ୍ମ ଗ୍ରହଣ କରିଥିବା ବେଳେ ୮  ଜୁଲାଇ ୨୦୨୦ ରେ ତାଙ୍କର ୨ୟ ପୁତ୍ର ମଧ୍ୟ ଜନ୍ମ ଗ୍ରହଣ କରିଥିଲେ। ଯୋ ରୁଟ ସେହି ସମୟର ଟେଷ୍ଟ ରେ ସର୍ବାଧିକ ରନ କରିଥିବା ଖେଳାଳୀ ଥିଲେ।