ଇନଷ୍ଟାରେ ଲୋକଙ୍କୁ ଫସଉଛନ୍ତି ଏହି ଯୁବତୀ, କମ୍ ସମୟରେ ଅଧିକ ରୋଜଗାର କହି ଲୁଟିନେଉଛନ୍ତି ଟଙ୍କା, ଜାଣନ୍ତୁ ପୁରା ଘଟଣା

 
Insta fraud

ଇନଶ୍ଟା ୟୁଜର ଏବେ ହୋଇଯାଆନ୍ତୁ ସତର୍କ। କାରଣ ଆପଣଙ୍କ ସହ ବି ହୋଇପାରେ ଏପରି କିଛି। ହୋଇପାରନ୍ତି ଠକେଇର ଶିକାର। କାରଣ ଏବେ ଦଲାଲ୍ ମାନଙ୍କର ଟାର୍ଗେଟ ପାଲଟିଛି ଇନଶ୍ଟାଗ୍ରାମ । ପଇସାକୁ ରାତା ରାତି ଡବଲ ହୋଇଯିବାର ସ୍ଵପ୍ନ ଦେଖାଇ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା। ବ୍ୟୁଟି କୁଇନ୍ ମାନେ ନିଜ ରୂପର ଜାଲ ବିଛେଇ କରୁଛନ୍ତି ଆକର୍ଷିତ।

Barsha

ଏବେ ଇନଷ୍ଟାଗ୍ରାମରେ ଟଙ୍କା ଲୁଟି ଚର୍ଚ୍ଚାରେ ଅଛନ୍ତି ଇନଷ୍ଟା କୁଇନ ବର୍ଷା। ବର୍ଷା ନିଜ ସୌନ୍ଦର୍ଯ୍ୟର ଜାଲରେ ଯୁବକ ମାନଙ୍କୁ ଫସାଇ ତାଙ୍କ ସହିତ କଥା ବାର୍ତ୍ତା ଜାରି ରଖୁଛନ୍ତି। ବର୍ଷା ପଇସା ଡବଲ ହୋଇଯିବାର ପ୍ରଲୋଭନ ଦେଖାଇ ଆଖି ପିଛୁଳାକେ ଲୁଟୁ ନେଉଛନ୍ତି ଟଙ୍କା।

ଏପରି କିଛି ଅଭିଯୋଗ ଆସିଛି ଆଖି ସାମ୍ନାକୁ। ଯାହାର ଶୀକାର ହୋଇଛନ୍ତି ଓଡ଼ିଶାର ଜଣେ ଯୁବକ। ଯୁବକ ଜଣକ ତାଙ୍କ ଅଭିଯୋଗ ଅନୁସାରେ ସେ ତାଙ୍କ ନାଆଁ ହେଉଛି ରାକେଶ୍ ପୃଷ୍ଟି। ରାକେଶ୍ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ନିଜ ଫୋନର୍ ଏକ ସ୍କ୍ରିନ୍ ସଟ ମଧ୍ୟ ସେୟାର କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ସେ ଇନଶ୍ଟାଗ୍ରାମ ୟୁଜ୍ କରୁଥିବା ସମୟରେ ତାଙ୍କୁ ଏକ ଆଡର ନୋଟିଫିକେଶନ ଆସିଥିଲା। ସେହି ଆଡଟି ଦେଖିବା ପରେ ତାଙ୍କୁ କିଛି ପର୍ଶ୍ନାଲ ମେସେଜ ମଧ୍ୟ ଆସିଥିଲା। ଯେଉଁଥିରେ ତାଙ୍କୁ ଅତି ସୁନ୍ଦର ଭାବେ ବୁଝାଇ ଦିଆ ଯାଇଥିଲା ଯେ ମାତ୍ର ତିନି ହଜାର ଟଙ୍କା ବିନିଯୋଗ କଲେ ମାତ୍ର ତିନି ମିନିଟରେ ଚବିଶ ହଜାର ଟଙ୍କା ପାଇବେ।

Insta barsha

ଯାହା ପରେ ସେ ତିନି ହଜାର ଟଙ୍କା ପେମେଣ୍ଟ ମଧ୍ୟ କରିଥିଲେ। ହେଲେ ତିନି ମିନିଟ ବିତି ଯାଇଥିବା ପରେ ମଧ୍ୟ ତାଙ୍କୁ କୌଣସି ପଇସା ରିଟର୍ନ ଆସି ନ ଥିଲା। ରାକେଶ୍ ଏ ନେଇ ମେସେଜ କରିବାରୁ ପୁଣି ଛଅ ହଜାର ଟଙ୍କା ଦେବାକୁ କହିଥିଲେ ଦଲାଲ୍। ଏହା ପରେ ରାକେଶ୍ ଆଇନର ଦ୍ବାରସ୍ଥ ହୋଇଛନ୍ତି। ସେ ଅଭିଯୋଗରେ କହିଛନ୍ତି ଏହି ଠକେଇରେ ଅନେକ ଫେମସ ଇନଷ୍ଟାଗ୍ରାମ ୟୁଜର ମାନେ ମଧ୍ୟ ସାମିଲ୍ ଅଛନ୍ତି। ଯାହାର ତଦନ୍ତ ଆବଶ୍ୟକ।

Barsha

ତେବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବର୍ଷା। ସେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଫସା ଯାଇଥିବା ନେଇ ନିଜ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ସେ କହିଛନ୍ତି “୬ ମାସ ତଳେ ସେ ଆପ୍ ର ପ୍ରୋମୋସନ ଭିଡିଓ କରିଥିଲେ ଯାହାକୁ ନେଇ ଏକ ଫେକ୍ ଆଇଡି ତାଙ୍କ ଭିଡିଓ ଆଧାରରେ ଲୋକଙ୍କ ଠାରୁ ଟଙ୍କା ନେଇ ଠକୁଛି। ମୁଁ କାହା ଠାରୁ ଟଙ୍କା ଖାଇ ନଥିବା ବର୍ଷା ସଫେଇ ଦେଇଛନ୍ତି ଏବଂ ପିହୁ ରାଠୋର୍ ନାମକ ଫେକ୍ ଆଇଡି ଟଙ୍କା ଖାଇଥିବା ସେ କହିଛନ୍ତି”। ହେଲେ ବର୍ଷାଙ୍କ କଥାକୁ ଦେଖିବାକୁ ଗଲେ ଟଙ୍କା ଲୋଭରେ ବର୍ଷା କରିଥିବା ଏହି ଆପ୍ ପାଇଁ ପ୍ରୋମୋସନ ଭିଡିଓ ତାଙ୍କୁ ଏବେ ମହଙ୍ଗା ପଡିଛି।