ପଢା ଛାଡି ହାଇହିଲ୍ ପିନ୍ଧି ବାବାଙ୍କ ପଲଙ୍କ ସେବାରେ ଲାଗୁଥିଲେ ସୁନ୍ଦରୀ କଲେଜ ଝିଅ, ଜାଣନ୍ତୁ ପୁରା ଖବର

 
Baba

ସାରା ରାଜ୍ୟରେ ଚର୍ଚ୍ଚାରେ କାରଣ ପାଲଟିଥିବା ବୈକୁଣ୍ଠଧାମ ଆଶ୍ରମ ନାଁରେ ପୁଣି ଏକ ସଙ୍ଗୀନ ଅଭିଯୋଗ। ଆଶ୍ରମରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ନେଇ ସହିଦନଗର ଥାନାରେ ଲିଖିତ ଅଭିଯୋଗ ଆଣିଲେ କେନ୍ଦୁଝରର ବ୍ୟକ୍ତି । ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି, ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଅନୈତିକ କାମ ଚାଲୁଛି। ତାଙ୍କ ପତ୍ନୀ ମଧ୍ୟ ଏହି ଜାଲରେ ଫସିଛନ୍ତି। 

Baba

ନିୟମିତ ବୈକୁଣ୍ଠ ଆଶ୍ରମ ଆସୁଥିଲେ ତାଙ୍କ ପତ୍ନୀ। ଆଉ ଏବେ ନିଖୋଜ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଆଶ୍ରମ ନିର୍ମାଣ କରିଥିଲେ ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର। ବଡ଼ କଥା ହେଲା କାଶୀନାଥ ନିଜ ପୁଅକୁ କଳକୀ ଅବତାର ସଜାଇ ପୂଜା କରାଉଥିଲେ। ତାଙ୍କୁ ଠାକୁର ବୋଲି କହୁଥିଲେ।  ଏମିତିକି ଏକ ଭାଇରାଲ ଭିଡିଓରେ ପୁଅ ପାଦ ତଳେ ତୁଳସୀ ରଖାଯାଇଥିବାରୁ ମଧ୍ୟ ଦେଖିବାକୁ ମିଳିନଥିଲା। 

ଯାହା ସାମନାକୁ ଆସିବା ପରେ ଚହଳ ପକାଇଥିଲା। ଘଟଣାକୁ ନେଇ ବିବାଦ ବଢ଼ିବା ପରେ ବାବା ଏବଂ ତାଙ୍କ ପୁଅ କେଉଁଆଡେ ଫେରାର ହୋଇଯାଇଛନ୍ତି। ଆଶ୍ରମରୁ ଦାମୀ ବାଇକ୍ ଏବଂ ଚାରିଚକିଆ ମିଳିଥିଲା। ଯାହାପରେ ଆଶ୍ରମ ବେଆଇନ ଭାବରେ ସରକାରୀ ଜମିରେ ତିଆରି ହୋଇଥିବାନେଇ ଅଭିଯୋଗ ଆସିଥିଲା। 

ଆଉ ଜି.ଏ. ଏବଂ ବିଡ଼ିଏ ଅଧିକାରୀଙ୍କ ଉପସ୍ଥିତିରେ ଆଶ୍ରମର ମାପଚୁପ ପରେ ଏହା ସରକାରୀ ଜମିରେ ତିଆରି ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଅନୈତିକ କାରବାରରେ ରାଜଧାନୀର କିଛି କଲେଜ ଛାତ୍ରୀଙ୍କ ସହିତ ବେଙ୍ଗାଲୁରୁ ଓ ହରିୟାଣାର ଦଲାଲମାନେ ସାମିଲ ଅଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। ଆଜି ବୈକୁଣ୍ଠଧାମକୁ ନେଇ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜଧାନୀରେ ସରଗରମ ଚର୍ଚ୍ଚା ଲାଗିରହିଛି।