ହେବାକୁ ଯାଉଛି ଏପରି କିଛି ପୂଜା ମଣ୍ଡପ ପାଖରେ ଥିଲେ ରୁହନ୍ତୁ ସାବଧାନ, ଜାଣନ୍ତୁ ପୁରା ଖବର

 
Puja

ଆସୁଛି ବଡ ବାତ୍ୟା । ପୂଜା ମଣ୍ଡପ ନିକଟରେ ଥିଲେ ହୋଇ ଯାଆନ୍ତୁ ସାବଧାନ । ବର୍ତ୍ତମାନ ଲଘୁଚାପର ପ୍ରଭାବ ସ୍ଥଳ ଭାଗରେ ଦେଖିବାକୁ ମିଳିଲାଣି । ସ୍ଥାନେ ସ୍ଥାନେ ବର୍ଷା ସହିତ ୫୦ ରୁ ୬୦କିମି ବେଗରେ ପବନ ବି ହେଉଛି । କିଛି ସ୍ଥାନରେ ପାଗ କୋହଲା ରହୁଥିବା ବେଳେ ଅନ୍ୟ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ଦେଖା ଦେଇଛି ।

ଉ

ଆକଳନ ଅନୁସାରେ ୨୫ ତାରିଖ ସୁଦ୍ଧା ବାଂଲାଦେଶ ସ୍ଥଳ ଭାଗ ଛୁଇଁବ ଲଘୁଚାପ । ସ୍ଥଳ ଭାଗ ଛୁଇଁବା ମାତ୍ରେ ଏହା ଦୁର୍ବଳ ହୋଇଯିବ । ସମୁଦ୍ରରେ ଥିବା ସମୟରେ ତାଣ୍ଡବ ମଚାଇ ପାରେ ସ୍ଥଳ ଭାଗରେ ।

ତେବେ ଏ ନେଇ ସତର୍କ ରହିବାକୁ ଦିଆ ଯାଇଛି ସୂଚନା । ଏହା ଏକ ପ୍ରାକୃତିକ ସମସ୍ୟା ହେତୁ ଏହାର ସଠିକ୍ ପୂର୍ବାନୁମାନ କରାଯାଇ ପାରେନା ।

ତେଣୁ କରି ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ସମୁଦ୍ରକୁ ଯିବାକୁ ମନା କରିବା ସହିତ ଯେଉଁ ଶ୍ରଦ୍ଧାଳୁ ଭକ୍ତ ମାନେ ପୂଜା ମଣ୍ଡପ ଗୁଡ଼ିକ ଠାରେ ରହି ଦର୍ଶନ କରୁଛନ୍ତି ସେମାନଙ୍କୁ ବି ସାବଧାନ ରହିବାକୁ କୁହା ଯାଇଛି ।

କାରଣ ଯଦି ପବନର ବେଗ ବଢେ ତେବେ ପୂଜା ସ୍ଥାନ ଗୁଡିକରେ ହୋଇଥିବା ବଡ଼ ବଡ଼ ଗେଟ୍ ଓ ଡେକୋରେଶନର ଭାଙ୍ଗିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ନଷ୍ଟ ହୋଇପାରେ ଧନ ଜୀବନ । ତେଣୁ କରି ପୂଜା ସମୟରେ ଏଞ୍ଜୟ୍ କରିବା ସହିତ ସାବଧାନ ମଧ୍ୟ ରୁହନ୍ତୁ ବୋଲି କୁହା ଯାଇଛି ।