ବାତ୍ୟା ‘ୟସ୍’ ର ପ୍ରଭାବ ସବୁଠାରୁ ବେଶି ପଡିବ ଓଡ଼ିଶାର ଏହି ୪ଟି ଜିଲ୍ଲାରେ, ୧୫୫କିମି ବେଗରେ ବହିବ ପବନ

 
Cyclone

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟସ୍’ ଅବପାତରେ ପରିଣତ ହୋଇଛି। ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପାରାଦ୍ବୀପ ଓ ସାଗର ଦ୍ବୀପ ମଧ୍ୟଦେଇ ବାତ୍ୟା ଉପକୂଳ ଅତିକ୍ରମ କରିବ। ସେହିପରି ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗକୁ ଛୁଇଁବାର ଆଶଙ୍କା ରହିଛି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ।

ଲ୍ୟାଣ୍ଡ ଫଲ୍ ହେବା ପୂର୍ବରୁ ଓଡିଶାର ଅନେକ ସ୍ଥାନରେ ବଜ୍ରପାତ ଏବଂ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଓଡିଶାର ଅନେକ ଜିଲ୍ଲା ପାଇଁ ୟେଲୋ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ ବାତ୍ୟାର ବେଶି ପ୍ରଭାବ ୪ଟି ଜିଲ୍ଲା ଉପରେ ପଡିବ ସେହି ଜିଲ୍ଲା ଗୁଡିକ ହେଲା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର।

ମେ 24 ରେ ବାଲେଶ୍ୱର, ଭଦ୍ରକ, ଜଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ପରେ, ପରବର୍ତ୍ତୀ ଦୁଇ ଦିନରେ ଅର୍ଥାତ୍ 25 ଏବଂ 26 ମଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ।