ଭୁବନେଶ୍ୱରର ଏହି ୨ ସ୍ଥାନରେ ବଢୁଛନ୍ତି ଅନୁପ୍ରବେଶକାରୀ, ବାଂଲାଦେଶରେ‌ ଅସ୍ଥିରତା ପରେ ଭୁବନେଶ୍ୱର ପାଲଟୁଛି ମିନି ବାଂଲାଦେଶ

 
 ବାଂଲାଦେଶୀ

ବାଙ୍ଗଲାଦେଶରେ ଆତଙ୍କ ପରେ ଓଡିଶା ଆସୁଛନ୍ତି ବାଙ୍ଗଲାଦେଶି ! ଓଡ଼ିଶାର ଅନେକ ସ୍ଥାନରେ ପୂର୍ବରୁ ଅନେକ ସଂଖ୍ୟାର ଲୋକେ ବାଙ୍ଗଲାଦେଶରୁ ଆସି ଓଡ଼ିଶାରେ ବସବାସ କରୁଥିବା ବେଳେ ବର୍ତ୍ତମାନ ମଧ୍ୟ ଅନେକ ବାଙ୍ଗଲାଦେଶି ଓଡ଼ିଶା ମୁହାଁ ହୋଇଛନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ବାଙ୍ଗଲାଦେଶର ବର୍ତ୍ତମାନ ପରିସ୍ଥିତି ବିଷୟରେ ହୁଏ ତ ଆପଣ ଅବଗତ ଥିବେ । ସେଠାର ପରିସ୍ଥିତି ଏତେ ଉତ୍ତେଜିତ ଥିଲା ଯେ , ସେଠାକାର ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ମଧ୍ୟ ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଛନ୍ତି ।

Ay

ତେବେ ଗତ ୨୦୨୩ ମାର୍ଚ୍ଚ ୧୩ ତାରିଖରେ ବିଧାନସଭାରେ ହୋଇଥିବା ବୈଠକ ଅନୁଯାୟୀ ମୋଟ ୧ ଲକ୍ଷ ୫୭ ହଜାର ୪୩୨ ବାଙ୍ଗଲାଦେଶୀ ଓଡ଼ିଶାରେ ରହୁଛନ୍ତି । ମାଲକାନଗିରି ଏବଂ ନବରଙ୍ଗପୁରରେ ସବୁଠାରୁ ଅଧିକ ବାଙ୍ଗଲାଦେଶୀ ରହୁ ଥିବାର ସୂଚନା ମିଳିଥିଲା ।

କିନ୍ତୁ ବର୍ତ୍ତମାନ ବାଙ୍ଗଲାଦେଶରେ ସୃଷ୍ଟି ହୋଇଥିବା ଉତ୍ତେଜିତ ପରିସ୍ଥିତି ପରେ ଦେଖିବାକୁ ମିଳିଛି କି ଅନେକ ବାଙ୍ଗଲାଦେଶୀ ଓଡିଶା ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ୧୯୯ ଜଣ ଭଦ୍ରକରେ ରହୁଥିବା ବେଳେ ୧୬୪୯ ଜଣ କେନ୍ଦ୍ରାପଡ଼ା , ୧୧୨୨ ଜଣ ଜଗତସିଂହପୁର , ୬୫୫ ଜଣ ମାଲକାନାଗିରି ଅଞ୍ଚଳରେ ଏବଂ ୧୦୬ ଜଣ ନବରଙ୍ଗପୁର ଅଞ୍ଚଳରେ ରହୁଛନ୍ତି ।

ଏବଂ ଭୁବନେଶ୍ବର ଖୋର୍ଦ୍ଧାରେ ମଧ୍ୟ ୧୭ ଜଣ ବାଙ୍ଗଲାଦେଶୀ ରହୁ ଥିବାର ସୂଚନା ମିଳିଛି । ଭୁବନେଶ୍ୱରରେ ଖାରବେଳ ନଗର ଓ ଭରତପୁରରେ ବଢୁଛି ସଂଖ୍ୟା। ତେବେ ଏହି ବାଙ୍ଗଲାଦେଶୀ ମାନେ ଉପକୂଳବର୍ତ୍ତୀ ସାମୁଦ୍ରିକ ଜିଲ୍ଲା ଦେଇ ଓଡ଼ିଶାରେ ପ୍ରବେଶ କରୁଥିବାର ଅନୁମାନ କରାଯାଉଛି ।