​​​ଦେଖନ୍ତୁ ଭିଡିଓ: ଦାଣ୍ଡ ଦୁଆରେ ବାଂଲାଦେଶୀ ପ୍ରେମିକା ରୁମାଙ୍କୁ ଦେଖି ଭାଙ୍ଗିପଡ଼ିଲେଣି ବିରେନ୍ଦ୍ରଙ୍କ ସ୍ତ୍ରୀ

 
Bangladesh girlfriend
ବାଂଲାଦେଶରୁ ଖୋଜି ଖୋଜି ଆସି ପହଂଚିଛନ୍ତି ଓଡ଼ିଶାର ବାଲେଶ୍ଵରରେ ତାହା ପୁଣି ନିଜ ସ୍ବାମୀଙ୍କୁ ଖୋଜି ଖୋଜି । ଏଭଳି ଘଟଣା ହୁଏ ତ ଆପଣ ମାନଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ଆପଣ ଏଭଳି ଅନେକ ଘଟଣା ସୋସିଆଲ ମିଡ଼ିଆରୁ ଜାଣିଥିବେ । 

ଶ

ସୂଚନା ଅନୁସାରେ , ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମପାଲି ଅଞ୍ଚଳରେ ରୁମାଙ୍କ ଘର । ରୁମା ୬ବର୍ଷ ପୂର୍ବେ ବିବାହ କରିଥିଲେ ବିରେନ୍ଦ୍ରଙ୍କୁ । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ବୁଧାକୁସୁମି ଅଞ୍ଚଳରେ ବିରେନ୍ଦ୍ର ପ୍ରତାପ ଭ୍ଞ୍ଜଙ୍କ ଘର । ଦୁହେଁ ଦୁହିଁଙ୍କୁ ଦିଘା ଠାରୁ ଦେଖା ହୋଇଥିଲେ । ଯାହା ପରେ ବଢିବାରେ ଲାଗିଲା ପ୍ରେମ । 

ବିରେନ୍ଦ୍ର ରୁମାକୁ ଦେଖା କରିବାକୁ ବାଂଲାଦେଶ ଯାଇଥିଲେ । ସେଠାରେ ତାଙ୍କୁ ବିବାହ ମଧ୍ୟ କରିଥିଲେ । ହେଲେ ରୂମାଙ୍କ ଅଭିଯୋଗ ଅନୁସାରେ ସେ ବିବାହ ପରେ କେଉଁ ଆଡ଼େ ଗାୟବ ହୋଇଗଲେ ।

ଦୀର୍ଘ ୬ବର୍ଷ ଅପେକ୍ଷା କରିବା ପାରେ ରୁମା ଆସି ପହଂଚିଛନ୍ତି ଓଡ଼ିଶାର ବାଲେଶ୍ଵର ଜିଲ୍ଲା ବିରେନ୍ଦ୍ରଙ୍କ ବୁଧାକୁସୁମୀ ଗାଆଁରେ । ହେଲେ ବୀରେନ୍ଦ୍ରଙ୍କ ଘର ଲୋକେ ରୂମାଙ୍କ ବିଷୟରେ ଶୁିଣିବା ପରେ ଏହାକୁ ଗ୍ରହଣ କରି ନାହାନ୍ତି ।

ବିରେନ୍ଦ୍ରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଦିର୍ଘ ୬ ବର୍ଷ ଭିତରେ ସେ କେବେ ବି ରୂମାଙ୍କ କଥା କି ତାଙ୍କ ଫୋନ୍ ଆସିବା ଜାଣି ନାହାନ୍ତି । ତେବେ ହଠାତ୍ ସେ କେଉଁଠୁ ଓ କେଉଁ ଉଦ୍ଦେଶ୍ୟ ନେଇ ଆସିଛନ୍ତି ବୋଲି ସେମାନେ ସନ୍ଦେହ କରୁଛନ୍ତି ।

ନ୍ୟାୟ ମାଗୁଛନ୍ତି ବାଂଲାଦେଶୀ ଝିଅ ରୁମା। ବିରେନ୍ଦ୍ର ତାଙ୍କ ସ୍ବାମୀ ବୋଲି ଦାବି କରୁଛନ୍ତି। ଆଉ ଅଭିଯୋଗ ବି କରିଛନ୍ତି ଯେ ବିରେନ୍ଦ୍ର ଓଡ଼ିଶାରେ ଦ୍ବିତୀୟ ବିବାହ କରି ତାଙ୍କୁ ଧୋକା ଦେଇଛନ୍ତି। ବାଲେଶ୍ବର ଏଫଏମ୍ ମେଡିକାଲ କଲେଜ ୱାନ୍ ଷ୍ଟପ୍ ସେଣ୍ଟରରେ ରୁମାଙ୍କୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି। ପୋଲିସ ପଚରାଉଚରା ବେଳେ କିନ୍ତୁ ରୁମା ରାଜଙ୍କ ସହ ତାଙ୍କ ବିବାହ ବେଳର କୌଣସି ଫଟୋ କି ଡକ୍ୟୁମେଣ୍ଟ ଦେଇପାରୁନାହାନ୍ତି।