ବଡ଼ଦାଣ୍ଡରେ JCB ଲଗାଇ ସବୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଉଛି, ସାମ୍ନା କୁ ଆସିଲା ବଡ଼ କାରଣ

 
jcb bada danda

ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପାରଳାଖେମୁଣ୍ଡିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବଡଦାଣ୍ଡର ଦୁଇ ପାର୍ଶ୍ବ ରାସ୍ତାକୁ ଜବରଦଖଲ କରି ବ୍ୟବସାୟୀମାନେ ସେମାନଙ୍କ ଦୋକାନକୁ କରିଥିବା ଯୋଗୁଁ ରାସ୍ତା ସଙ୍କୁଚିତ ହୋଇପଡିଛି। 

ତେବେ ରଥଟଣା କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପାରଳା ବଡଦାଣ୍ଡର ଜବରଦଖଲକୁ ଉଚ୍ଛେଦ କରିଛି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରିଛନ୍ତି। ଏହାସହ କେବଳ ବଡଦାଣ୍ଡ ନୁହେଁ, ସାରା ସହରରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରିବାକୁ ଦାବି ହୋଇଛି। 

ଉଚ୍ଛେଦରେ କାର୍ଯ୍ୟରେ ନିୟଜିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଦୁଇଜଣ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରାସ୍ତାକୁ ଲାଗିଥିବା ଟିଣ ଏବଂ ହୋଡିଂକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଉଛି। ଜଣେ ଜୁସ୍ ଦୋକାନୀ ଏହାକୁ ନେଇ ପ୍ରତିବାଦ କରିବାରୁ ତାକୁ ଉଠାଇ ନେଇଛି ପୋଲିସ। 

ଏହାପରେ ଆଉ ଜଣେ ଦୋକାନୀ ମଧ୍ଯ ଉଠାଇ ନେଇଛି ପୋଲିସ। ତେବେ ରଥଯାତ୍ରା ପାଇଁ ଜେସିପି ସାହାର୍ଯ୍ୟରେ ଉଚ୍ଛେଦ ପ୍ରକ୍ରିୟା କରାଯାଉଛି। କିନ୍ତୁ ଏହି ଉଚ୍ଛେଦ ପ୍ରକ୍ରିୟାକୁ ନାପସନ୍ଦ କରିଛନ୍ତି ସହରବାସୀ। ସୂଚନା ଅନୁସାରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ପୂର୍ବରୁ ରଥଟଣାରେ ବାଧା ସୃଷ୍ଟି ନହେବା ଉଦ୍ଧେଶ୍ୟରେ ବଡ଼ଦାଣ୍ଡରେ ଉଚ୍ଛେଦ ପ୍ରକ୍ରିୟା କରାଯାଉଛି। ତେବେ ଉପଜିଲ୍ଲାପାଳ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହିତ ଉଚ୍ଛେଦ ପ୍ରକ୍ରିୟା କରାଯାଉଛି। 

ଯଦି କେହି ଏହି ଉଚ୍ଛେଦ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ ତାହାଲେ ତାଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ତେବେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଯାହା ଆବଶ୍ୟକ ତାହା କରାଯାଉଛି ଏବଂ ଆଗକୁ ମଧ୍ୟ କରାଯିବ ବୋଲି ଉପଜିଲ୍ଲାପାଳ ଅନୁପ ପଣ୍ଡା କହିଛନ୍ତି । ଭବିଷ୍ୟତରେ ସହରର ସମସ୍ତ ଜବରଦଖଳକୁ ହଟାଯିବ ବୋଲି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ କହିଛନ୍ତି ।