ବାପାଙ୍କ ଏକାଦଶାହରେ ବାବୁଶାନ, ପୁଅ ଲଣ୍ଡା ହୋଇଥିବା ବେଳେ କାହିଁକି ଲଣ୍ଡା ହେଲେନି ବାବୁଶାନ, ଜାଣନ୍ତୁ ପୁରା ଖବର
ହିନ୍ଦୁ ପରମ୍ପରାରେ ଅନେକ ରୀତିନୀତି ରହିଛି । ବିଶେଷ କରି ହିନ୍ଦୁ ଶାସ୍ତ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ରୀତିନୀତି ଓ ପରମ୍ପରା ପାଳନ ହେଉଥିବାର ଦେଖିବାକୁ ମିଳିଥାଏ । ସେଥିପାଇଁ ହିନ୍ଦୁ ପରିବାରର କେହି ମରିଗଲେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ ଅନେକ କ୍ରିୟା ପାଳନ କରାଯାଏ । ମୃତୁ ପରଠାରୁ ୧୩ ଦିନ ଯାଏ ଏହି କ୍ରିୟା ପାଳନ କରାଯାଏ । ଯେଉଁଥିରେ ଅନ୍ତିମ ସଂସ୍କାରରେ ପାଳନ କରାଯିବାକୁ ଥିବା ଅନେକ ନିୟମ ମଧ୍ୟରୁ ଗୋଟିଏ ହେଉଛି ମୁଣ୍ଡନ ହେବା ବା ଚୁଟି କାଟିବା ।
ଯେଉଁ ପରମ୍ପରା କେବଳ ପୁରୁଷ ମାନଙ୍କ ପାଇଁ ହୋଇଥାଏ । ଯଦି ପରିବାରର ଜଣେ ସଦସ୍ୟ କେହି ମରିଯାଏ ତେବେ ସେହି ପରିବାରର କିମ୍ବା ତାଙ୍କର ସଂପର୍କୀୟ ପୁରୁଷ ସଦସ୍ୟମାନେ ଚୁଟି କାଟିଥାନ୍ତି କିମ୍ବା ଲଣ୍ଡା ହୋଇଥାନ୍ତି । ତେବେ ମୃତ୍ୟୁ ପରେ ପୁରୁଷ ସଦସ୍ୟଙ୍କ କେଶ କାଟିବାର କାରଣ ଏବଂ ମହତ୍ତ୍ବ ବର୍ଣ୍ଣନା କରନ୍ତି । କେଶ କାଟିବା ପଛର ମୁଖ୍ୟ କାରଣ ହେଉଛି ମୃତ ବ୍ୟକ୍ତିଙ୍କୁ ସମ୍ମାନ ଓ ସ୍ନେହ ଜଣାଇବା ।
ଏକ ହିନ୍ଦୁ ପରିବାରରେ, ଯେତେବେଳେ ପରିବାରର ଜଣେ ସଦସ୍ୟ ମରିଯାଏ, ପରିବାରର ପୁରୁଷ ସଦସ୍ୟମାନେ କେଶ କାଟିଥାନ୍ତି । ତେବେ ହିନ୍ଦୁ ଧର୍ମରେ ଦଶାହ କ୍ରିୟା ପରେ ଶୁଦ୍ଧି ବା ଲଣ୍ଡା ହେବାର ପରମ୍ପରା ରହିଥିବା ବେଳେ ସୁପର ଷ୍ଟାର ଅନୁଭବ ମହାନ୍ତି କିନ୍ତୁ ତାଙ୍କ ବାପାଙ୍କ ଦଶାହ କ୍ରିୟାରେ ଲଣ୍ଡା ହୋଇ ନାହାଁନ୍ତି । ଯାହାର ପ୍ରକୃତ କାରଣ ଏଯାବତ୍ ଜଣାପଡି ନାହିଁ । ତେବେ ସେ ଜଣେ ଅଭିନେତା ହୋଇଥିବାରୁ ଫିଲ୍ମ କରିବା ପୂର୍ବରୁ ସେମାନଙ୍କର ଏକ ଏଗ୍ରିମେଣ୍ଟ ହୋଇଥାଏ ।
ଯେ କୌଣସି ପରିସ୍ଥିତିରେ ମଧ୍ୟ ଅଭିନେତାମାନେ ସୁଟିଂକୁ ଆସିବାକୁ ବାଧ୍ୟ । ସେଥିପାଇଁ ବୋଧ ହୁଏ ଅନୁଭବ ନିଜ ଚୁଡି କିମ୍ବା ଦାଢି କାଟି ନାହାଁନ୍ତି । କାରଣ ସେତିକି ଚୁଟି ହେବା ପାଇଁ ଅନେକ ଦିନ ସମୟ ଲାଗିଥାଏ । ତେବେ ଆଗକୁ ତାଙ୍କର ନୂଆ ଚଳଚ୍ଚିତ୍ର କୁହୁଡି ଆସିବାକୁ ଥିବା ବେଳେ ଏଥିପାଇଁ ସେ ଦିନ ରାତି ଏକ କରି ଅଭିନୟ କରୁଥିଲେ । କିନ୍ତୁ ଏହାରି ମଧ୍ୟରେ ତାଙ୍କ ବାପାଙ୍କ ବିୟୋଗ ସତେ ଯେପରି ଅନୁଭଙ୍କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି ।