ନବବଧୂ ସାବଧାନ, ଛୁଆ କରେଇଦେବେ କହି ଏକୁଟିଆ ବନ୍ଦ ଘରେ ମହିଳାଙ୍କୁ ମାଡ଼ି ବସୁଛନ୍ତି ଗେରୁଆ ବାବା, ଜାଣନ୍ତୁ ପୁରା ଖବର

 
Bhanda baba

ନିଜକୁ କାଳିଶୀ କହି ବୁଲୁଛନ୍ତି ଭଣ୍ଡ ବାବା ! କୁଆଡେ ସେ ବାଇର୍ବାଦ ଦେଇ ଦେଲେ ନବ ବଧୁ ମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇ ଯାଉଛି । ଏମିତି ଅନେକ ମିଛ ପ୍ରହସନ ଦେଖାଇ ଠକୁଛନ୍ତି ଲୋକଙ୍କୁ। କେବଳ ଯେ ଠକୁଛନ୍ତି ତାହା ନୁହେଁ ବରଂ ନବ ବଧୁ ମାନଙ୍କ ସହିତ ଖରାପ୍ ବ୍ୟବହାର କରିବା ସହିତ ସେମାନଙ୍କ ଉପରେ ଖରାପ୍ ଦୃଷ୍ଟି ପକାଇଥାନ୍ତି।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଅଂଚଳରେ  । ସେଠାରୁ ତିନି ଜଣ ଭଣ୍ଡ ବାବାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ବର୍ତ୍ତମାନ ପଣା ସଂକ୍ରାନ୍ତି ଉପଲକ୍ଷେ କାଳିଶି ଲାଗିବାର ପ୍ରଥା ପରମ୍ପରା ଚାଲି ଆସିଥିବା ବେଳେ କେତେକ ଭଣ୍ଡ ବ୍ୟକ୍ତି ଏହାର ଫାଇଦା ଉଠାଉଛନ୍ତି ।  

Baba

ଖଣ୍ଡଗିରିରେ ଧରା ପଡ଼ିଥିବା ଏହି ତିନି ଜଣ ଭଣ୍ଡ ବାବାଙ୍କ ନାଆଁ ହେଉଛି ସୁଶାନ୍ତ ମହାପାତ୍ର , କୁନ୍ଦୁରି ମହାପାତ୍ର ଓ ସୁରେଶ ରଣା । ଯେଉଁମାନେ ଖଣ୍ଡଗିରିରେ ନବ ବଧୁ ମାନଙ୍କୁ ନିଜର ଶିକାର ବାନାଉ ଥିଲେ  । ପ୍ରଥମେ ସେମାନଙ୍କୁ ମାଆ ହେବାର ଆଶୀର୍ବାଦ ଦେଉଥିଲେ ଓ ପରେ ସେମାନଙ୍କ ସହିତ ଖରାପ୍ ବ୍ୟବହାର କରୁଥିଲେ ।

ଆଶୀର୍ବାଦ ଦେବା ବାହାନାରେ ଲୋକଙ୍କ ଠାରୁ ନିଅନ୍ତି ଟଙ୍କା। ବସ୍ତି‌ବାସିନ୍ଦାମାନେ ମା' ମଙ୍ଗଳାଙ୍କ ପୂଜା ପାଇଁ ସେମାନଙ୍କୁ ଟଙ୍କା ପଇସା ଦେଇଥାଆନ୍ତି। କେହି କେ‌ହି ବିଭିନ୍ନ ମାନସିକ ପୂରଣ ପାଇଁ ସେମାନଙ୍କୁ ମା'ଙ୍କ ସ୍ବତନ୍ତ୍ର ପୂଜା ଲାଗି ଦାବି ମୁତାବକ ଅଧିକ ପଇସା ଦେଇଥାଆନ୍ତି। ଏବେ ମା'ଙ୍କ ବାସନ୍ତିକ ପୂଜା ଚାଲିଥିବାରୁ ଏତିକିବେଳେ ସବୁ ମାନସିକ ପୂରଣ ହେବ ବୋଲି ସେମାନେ ଲୋକଙ୍କୁ ବୁଝାଉଥିଲେ। କାଳିଶିଙ୍କ ଉପରେ ବିଶ୍ବାସ ରଖିଥିବା ଜଣେ ବୃଦ୍ଧା ସେମାନଙ୍କୁ ଡାକି ତାଙ୍କ ମାନସିକ କଥା କହିଥିଲେ।

ତାଙ୍କ ବୋହୂ ନିଃସନ୍ତାନ ଥିବା ନେଇ କାଳିଶିମାନଙ୍କୁ ସେ ଜଣାଇଥିଲେ। କାଳିଶି ରବୀନ୍ଦ୍ର ମନରେ ଥିଲା ଆଉ ଏକ ଯୋଜନା। ସେ ବୋହୂଙ୍କ ଉପରେ ଲୋଲୁପଦୃଷ୍ଟି ପକାଇଥିଲା। ପୂଜା ପାଇଁ ଏକ ନୂଆ‌ଶାଢ଼ି ଓ ୨,୦୦୦ ଟଙ୍କା ଦାବି କରିଥିଲା। ବୃଦ୍ଧା ସବୁ ଯୋଗାଡ଼ କରିଥିଲେ। ତେବେ ପୂଜା ପାଇଁ ରବୀନ୍ଦ୍ର ମହିଳାଙ୍କୁ ଏକ ଘରେ ପୂରାଇ ଭିତରୁ କବାଟ କିଳି ଦେଇଥିଲା। ବାହାରେ ବୃଦ୍ଧାଙ୍କ ସହ ଅନ୍ୟ ୨ କାଳିଶି ଅପେକ୍ଷା କରିଥିଲେ। ଭିତରେ ରବୀନ୍ଦ୍ର ମହିଳାଙ୍କୁ ନୂଆଶାଢ଼ି ପିନ୍ଧାଇବାକୁ ଯାଇ ଅସଦାଚରଣ କରିଥିଲା। ମହିଳା ସବୁ ବୁଝିପାରି ଚିତ୍କାର କରିଥିଲେ। ଚିତ୍କାର ଶୁଣି କଣ୍ଡୁରି ଓ ସୁଶାନ୍ତ ସେଠାରୁ ଦୌଡ଼ିଥିଲେ। କିନ୍ତୁ ଶାଶୂଙ୍କ ପାଟି ଶୁଣି ଧାଇଁଆସିଥିବା ପଡ଼ୋଶୀମାନେ ତିନିଭଣ୍ଡଙ୍କୁ କାବୁ କରିଥିଲେ। ଭଣ୍ଡଙ୍କୁ ବହେ ଛେଚିବା ପରେ ବସ୍ତିବାସିନ୍ଦା ସେମାନଙ୍କୁ ପୁଲିସ ଜିମା ଦେଇଥିଲେ।