ଦେଖନ୍ତୁ ଭିଡିଓ: "ଯାହାର ଯାହାବି ରୋଗ ହେଇଥାଉ ମୁଁ ତାକୁ ଭଲ କରିଦେବି ,ମୁଁ ସରକାରଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇଥିଲି

 
Artatrana baba
କୁହାଯାଏ ସଂସାରରେ ଏପରି ୨ଟି ଜିନିଷ ରହିଛି ଯାହାର ନିର୍ଦ୍ଧିଷ୍ଟ ସମୟ କେହି କହି ପାରିବେ ନାହିଁ । ତାହା ହେଉଛି ଜନ୍ମ ଆଉ ମୃତ୍ୟୁ । ହେଲେ ଆର୍ତ୍ତତ୍ରାଣ ବାବା ପୂର୍ବରୁ ଜାଣିଛନ୍ତି ତାଙ୍କର ମୃତ୍ୟୁ କେବେ , କେଉଁ ସମୟରେ ଓ କେଉଁ ଉପାୟରେ ହେବ । ସେ ସୋସିଆଲ ମିଡିଆରେ ଏ ସବୁ ବିଷୟରେ କହିଛନ୍ତି । 

E

ବାବା ଏପରି ମଧ୍ୟ କହିଛନ୍ତି ଯେ ସେ ଯେତେ ବଡ ରୋଗ ହେଉ ନା କାହିଁକି ବାବା ତାକୁ ନିମିଷକେ ଭଲ କରିଦେବେ । ଆପଣ ତ ଜାଣିଥିବେ ନିକଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ବାପାଙ୍କ ଦେହାନ୍ତ ଘଟିଛି । ବାବାଙ୍କ କହିବା ଅନୁସାରେ ଅନୁଭବ ଯଦି ତାଙ୍କ ବାପାଙ୍କୁ ବାବାଙ୍କ ପାଖକୁ ନେଇକି ଯାଇଥାନ୍ତେ ତେବେ ସେ ନିଶ୍ଚିତ ତାଙ୍କୁ ଭଲ କରି ଦେଇଥାନ୍ତେ । 

​​​​​Follow our WhatsApp channel and get all the Latest news

WhatsApp Channel (Join Now) Join Now

ଛୋଟ ଠାରୁ ଆରମ୍ଭ କରି ବଡ ରୋଗ ପର୍ଯ୍ୟନ୍ତ ଏଭଳି କି ଯେଉଁ ରୋଗ ଗୁଡ଼ିକ ଯାହାର ଚିକିତ୍ସା ବିଜ୍ଞାନରେ ନାହିଁ ତାହାକୁ ମଧ୍ୟ ଭଲ କରି ପାରିବେ ବୋଲି ବାବା ଦାବୀ କରନ୍ତି । ବାବା ଆହୁରି ମଧ୍ୟ ଭବିଷ୍ୟତ ବାଣୀ କରିଛନ୍ତି ଯେ ଆଗାମୀ ୨୦୪୦ ମସିହା ବେଳକୁ ବିଶ୍ବରେ ଗୋଟିଏ ମାତ୍ର ଧର୍ମ ରହିବ , ଯାହା ହେଉଛି ସନାତନ ଧର୍ମ । ଏବଂ ବିଶ୍ବରେ ଗୋଟିଏ ଠାକୁର ରହିବେ ଜଗନ୍ନାଥ ଠାକୁର ।

ଏହି ବାବା ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର । ଦୀର୍ଘ ୫ ରୁ ୭ ବର୍ଷ ତଳେ ଏହି ବାବା ଲୋକ ଲୋଚନକୁ ଆସିଥିଲେ । ବାବା କହିଛନ୍ତି ସେ କୁଆଡେ ୨୦୩୬ ମସିହାରେ ମୃତ୍ୟୁ ବରଣ କରିବେ ଓ ତାଙ୍କୁ କେହି ତାଙ୍କ ଖାଦ୍ୟରେ ବିଷ ଦେଇ ମାରିବାର ପ୍ରୟାସ କରିବ ।